ନୂଆଦିଲ୍ଲୀ-: ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି । ପାକିସ୍ତାନରୁ ଆସି ଭାରତରେ ଥିବା ନାଗରିକଙ୍କୁ ମିଳିବ ଆଶ୍ୱସ୍ତି । ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । LTV (ଲଙ୍ଗ ଟର୍ମ ଭିସା) ରେ ଥିବା ପାକିସ୍ତାନୀ ହିନ୍ଦୁଙ୍କର ଭିସା ରଦ୍ଦ ହେବନି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପାକିସ୍ତାନୀ ହିନ୍ଦୁମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଥିଲା । କିନ୍ତୁ ଏବେ ବୈଦେଶିକ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରି ସ୍ପଷ୍ଟ କରିଛି ଯେ ପାକିସ୍ତାନୀ ହିନ୍ଦୁମାନଙ୍କ ଭିସା ବାତିଲ କରାଯିବ ନାହିଁ । ଭାରତରେ ରହୁଥିବା ପାକିସ୍ତାନୀ ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ମାନବିକତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ଏହି ନିଷ୍ପତ୍ତି ସହିତ ହିନ୍ଦୁ ଶରଣାର୍ଥୀଙ୍କ ଉତ୍ତେଜନାର ଅନ୍ତ ଘଟିଛି ।