ଆବଶ୍ୟକ ସାମଗ୍ରୀ : ଚଣା, ମଇଦା, ଦହି, ଲୁଣ, ଲୁହଣୀ, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ।
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଚଣାକୁ ୩ରୁ୪ ଘଣ୍ଟା ପାଇଁ ପାଣିରେ ବତୁରାଇ ଦିଅନ୍ତୁ । ଏହାପରେ ପ୍ରେସର କୁକରରେ ୪ଟି ହ୍ୱିସିଲ ଦେଇ ସିଝାଇ ଦିଅନ୍ତୁ | ଏହାପରେ ମଇଦାରେ ଦହି, ଲୁଣ ଓ ଲହୁଣୀ ପକାଇ ଏହାକୁ ନରମ ଭାବେ ଦଳି ଦିଅନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ସିଝା ଚଣା, କଟା ସିଝା ଆଳୁ, କଟା ପିଆଜ, କଟା ଟମାଟୋ, ଲଙ୍କା ଗୁଣ୍ଡ, ଗରମ ମସଲା, ଆମଚୁର ପାଉଡର, ଚାଟ୍ ମସଲା, ଲେମ୍ବୁ ରସ ଓ ତେନ୍ତୁଳି ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପରେ ମିଇଦା ଚକଟାକୁ ବଡ ବଡ ଗୁଳା କରି ବେଲନ୍ତୁ । ଏବେ ଏହାକୁ ଅଳ୍ପ ବଟର ଦେଇ ସେକି ଦିଅନ୍ତୁ । ସେକିଲା ପରେ ଏହାକୁ ମଝିରୁ କାଟି ଏଥିରେ ଚଣା ଓ ଅନ୍ୟାନ୍ୟ ସାମଗ୍ରୀ ପଡି ପ୍ରସ୍ତୁତ ହୋଇଥିବା ମସଲା ଭର୍ତ୍ତି କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ଛୋଲେ କୁଲଚ’ । ଏହାକୁ ଚଟଣୀ କିମ୍ବା ଦହି ସହିତ ଗରମ ଗରମ ପରଷନ୍ତୁ ।