ବ୍ୟାପୁଛି ଗଣ୍ଠିପୋକ, ଚିନ୍ତାରେ ଚାଷୀ
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ କିଛି ସପ୍ତାହ ହେଲା ଚାଷରେ ବିଭିନ୍ନ ପ୍ରକାର ରୋଗପୋକର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି ।
(ଓମ ପ୍ରକାଶ ମିଶ୍ର/ ସୁବର୍ଣ୍ଣପୁର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ କିଛି ସପ୍ତାହ ହେଲା ଚାଷରେ ବିଭିନ୍ନ ପ୍ରକାର ରୋଗପୋକର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଚାଷୀମମାନେ ଚିନ୍ତାରେ ରହିଛନ୍ତି। ରୋକପୋକ ନିୟନ୍ତ୍ରଣ ପାଇଁ ଚାଷୀ ଔଷଧ ସିଞ୍ଚନ କରୁଛନ୍ତି । କିନ୍ତୁ ଔଷଧ କାମ କରୁ ନଥିବା ଚିନ୍ତାର କାରଣ ହୋଇଛି । ଧାର କରଜ କରି ଚାଷୀ କୀଟନାଶକ କିଣୁଥିବା ବେଳେ ଏହା କାମ ଦେଉ ନଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଉଛି।
ସୂଚନାନୁଯାୟୀ , ବର୍ତ୍ତମାନ ଅଧିକାଂଶ ସ୍ଥାନରେ ଧାନ ଫସଲ ଗର୍ଭଣା ଅବସ୍ଥାରେ ରହିଛି । ଅନେକ ସ୍ଥାନରେ ଧାନ କେଣ୍ଡା ବାହାରୁଥିବା ପରିଲକ୍ଷିତ ହେଉଛି । ଏପରି ସ୍ଥିତିରେ ରୋଗପୋକ ବୃଦ୍ଧି ପାଇବା ଚାଷୀ ପାଇଁ ଚିନ୍ତାର କାରଣ ହୋଇଛି ଅନ୍ୟପକ୍ଷରେ କୃଷି ଅଧିକାରୀଙ୍କ ଦେଖା ମିଳୁ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟ ସରକାର ତୁରନ୍ତ ଚାଷୀ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଧାନଫସଲରେ ମହିଷା, ଶଢ଼ା, ଗଣ୍ଠିପୋକ ଓ ପତ୍ରପୋଡ଼ା ପୋକ ଆକ୍ରାନ୍ତ କରୁଥିବାର ଦେଖିବାକୁ ମିଳୁଛି ।