(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତୀୟ ବାୟୁସେନା (ଆଇଏଏଫ୍) ସୋମବାର ନିଜର ୧୫ ଚିନକ୍ ହେବି-ଲିଫ୍ଟ ହେଲିକପ୍ଟର ଭିତରୁ ପ୍ରଥମ ୪ଟି ହେଲିକପ୍ଟରକୁ ବିଧିବଦ୍ଧ ଭାବେ ଚଣ୍ଡୀଗଡ଼ରେ ସାମିଲ କରିବ ବୋଲି ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ ସୂଚନା ଦେଇଛନ୍ତି । ଆଇଏଏଫ୍ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲରେ ଚିନକ୍ ହେବି-ଲିପ୍ଟ ହେଲିକପ୍ଟର ବିଷୟରେ ପୋଷ୍ଟ କରିଛି। ଚିନକ୍ ୧୯ଟି ଦେଶର ସଶସ୍ତ୍ର ବଳରେ କାମ କରିଆସୁଛି। ଏହାର ଉପଯୋଗ ସେନା ସାମଗ୍ରୀ ପରିବହନ ପାଇଁ କରିବ। ଏତଦ୍ବ୍ୟତୀତ ଏହା ଆଇଏଏଫ୍ର ଏଚଏଡିଆର କ୍ଷମତାର ବୃଦ୍ଧି କରିବ। ଏହି ୧୫ଟି ହେବି-ଲିଫ୍ଟର ପାଇଁ ଭାରତ ଆମେରିକୀୟ ଡଲାର ୧.୫ ବିଲିୟନ ପୈଠ କରିଛି।