ଭାରତୀୟ ନୌସେନା ପକ୍ଷରୁ ନୌଚାଳନା ପ୍ରତିଯୋଗିତା କାର୍ୟ୍ୟକ୍ରମ

(ବାଲୁଗାଁ / ଦିବ୍ୟକାନ୍ତ ବେହେରା): ଆଜି ରବିବାର ଦିନ ୧୦ ଟା ସମୟ ରେ ଖୋରଧା ଜିଲ୍ଲା ବଡ଼କୁଳ ପାନ୍ଥନିବାସ ଠାରେ ଚିଲିକା ରେ ନୌବାହିନୀ ଚିଲିକା ଦ୍ୱାରା ସ୍ଥାନୀୟ ମସ୍ୟଜୀବି ଙ୍କୁ ନେଇ ଏକ ନୌଚାଳନା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଳା ଓ ଜିଲ୍ଳା ବାହାରୁ ଏହି ପ୍ରତିଯୋଗିତାରେ ଦୁଇଟି ପର୍ୟ୍ୟାୟରେ ଭାଗନେଇଥିଲେ।ଦୁଇଟି ବିଭାଗରେ ଯଥାକ୍ରମେ ଆହୁଲାରେ ୧୦ଟି ନୌକା ଓ କାତରେ ୯ ଟି ନୌକା।ପ୍ରତି ନୌକା ରେ ୭ ଜଣ ଲେଖାଏଁ ପ୍ରତିଯୋଗୀ ଥିଲେ । ସର୍ବ ପ୍ରଥମେ ଆହୁଲା ନୌକା ବିଭାଗର ପ୍ରତିଯୋଗୀ ଚଢେଇ ଗୁହା ପାହାଡ଼ ନିକଟରୁ ବାହାରି ପାନ୍ଥ ନିବାସ ଜେଟି ନିକଟରେ ପହଞ୍ଚିଥିଲେ। ଆହୁଲା ନୌକା ପ୍ରତିଯୋଗିତାରେ ମା ନାରାୟଣୀ ଗ୍ରୁପ, ଶାନ୍ତିନାଗର ବାଲୁଗାଁ ପ୍ରଥମସ୍ଥାନ ଅଧିକାର କରିଥିବାବେଳେ ଚିଲିକା ରାଣୀ ଅଠରବାଟିଆ ଦ୍ବିତିୟ ସ୍ଥାନ ଓ ମା କାଳିଜାଇ ପଥରା ତୃତିୟ ସ୍ଥାନ ଅଧିକାର କରିଥିଲେ। କାତମରା ରେ ଯୋଗମାୟା ପି ଏସ ଏସ ଜୟନ୍ତପୁର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଚିଲିକା ରାଣୀ ମୋଟର ବୋଟ ଆସୋସିଏସନ ଚନ୍ଦ୍ରାପୁଟ ଦ୍ବୀତିୟ ସ୍ଥାନ ସହିତ ଗଙ୍ଗାଦେବୀ ପଥରା ତୃତିୟ ସ୍ଥାନ ଅଧିକାର କରିଥିଲେ। ଆହୁଲା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା ରାଶି, ଦ୍ବୀତିୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ଟ୍ରଫି ସହ ୬ ହଜାର ଟଙ୍କା ରାଶି ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପରତିଯୋଗିଙ୍କୁ ଟ୍ରଫି ସହ ୩ ହଜାର ଟଙ୍କା ରାଶି ପ୍ରଦାନ କରାଯାଇଥିଲା। ସେହିଭଳି କାତ ବିଭାଗରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା ରାଶି, ଦ୍ବିତିୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ଟ୍ରଫି ସହ ୫ ହଜାର ଟଙ୍କା ରାଶୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ଟ୍ରଫି ସହ ୩ ହଜାର ଟଙ୍କା ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ଆଇ ଏନ ଏସ ଚିଲିକା ର କମୋଡ଼ର ରିତୁରାଜ ସାହୁ,କମୋଡର , NWWA ର ପ୍ରେସିଡେଣ୍ଟ ସଂଗୀତା ସାହୁ, ଏସ ଡି ପି ଓ ଏସ କେ ଦାସ ଓ ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ।କମୋଡର ଋତୁରାଜ ସାହୁ ଓ ଏସ ଡି ପି ଓ ଏସ କେ ଦାସ ଙ୍କ ଦ୍ଵାରା ଉଭୟ ବିଭାଗ ର ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଦୃଶ୍ୟକୁ ହଜ଼ାର ହଜ଼ାର ପର୍ୟ୍ୟଟକ ଉପଭୋଗ କରିଥିଲେ ।