ଗୋପ/ଜୟନ୍ତ ବେହେରା: ଆଜି ଶିଶୁ ଦିବସ । ଶିଶୁମାନଙ୍କ ପାଇଁ ଦିନଟିଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଏହି ଅବସରରେ ପୁରୀ ଜିଲ୍ଲା ନିମାପଡ଼ା ଗୋପାଳପୁର ଠାରେ ଥିବା ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲର ଶିଶୁ ସୈନିକ ମାନଙ୍କ ଦ୍ୱାରା ମଧ୍ୟ ଶିଶୁ ଦିବସ ପାଳନ କରାଯାଇଥିଲା ।
ତେବେ ଶିଶୁ ଦିବସ ଅବସରରେ ଶିଶୁ ସୈନିକ ମାନଙ୍କ ମଧ୍ୟରେ ଚିତ୍ରା ଅଙ୍କନ, ସୃତ୍ ଲିଖନ, ପ୍ରବନ୍ଧ ଓ ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତା କରାଯିବା ସହ କୃତୀ ଶିଶୁ ସୈନିକମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।
ଆୟୋଜିତ କାର୍ୟ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ମହେନ୍ଦ୍ର ମଲ୍ଲିକ,ଯୁବ ବିକାଶ ପରିଷଦ ସଭାପତି ନିରଂଜନ ସାହୁ, ଅଧ୍ୟକ୍ଷା କାଦମ୍ବିନୀ ମଲ୍ଲିକ, ଉପାଧକ୍ଷା ନିରଞ୍ଜନ ଖଟୋଇ, ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।