(ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ “ତରଭା ବ୍ଳକ ର ଚାରଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆଠାରେ ଉଦ୍ ଘାଟିତ ହୋଇଯାଇଛି।ଏହି ମହୋତ୍ସବ କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ ଘାଟନ କରି ଅନୁସୂଚିତ ଜାତି ଜନଜାତି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଅନ୍ତନିହିତ ପ୍ରତିଭାର ବିକାଶ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ।ସେହି ସ୍ଥାନରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିବା ଜିଲ୍ଲା ପ୍ରକଳ୍ପ ନିଦ୍ଧେଶକ ସୁଯ୍ୟ ନାରାୟଣ ଦାସ ଶିଶୁ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରତ୍ସୋହିତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଥିଲେ। କୁଇଜ ,ଡିବେଟ,ସଙ୍ଗୀତ, ଗିତ ଓ ସୄଦ୍ଦନାମ୍ନକ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବ ରେ ଜିଲ୍ଲା ର ୧୦ ଟି ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସମ୍ମାନିତ ଅତିଥି ଭାବରେ ସର୍ବ ସିକ୍ଷା ଅଭିଯାନ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବେଣୁଧର ବେହେରା,: ଡି,ଡ଼ବ୍ଳୁଓ ପଳକା ରବିନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।