କେନ୍ଦ୍ରାପଡ଼ା/ ମହେଶ ପାଢ଼ୀ:ଶୋଭାଯାତ୍ରାରେ ବାହାରି ପରିବେଶ ନେଇ ଜନ ସଚେତନତା । ବୃକ୍ଷ ଆମର ଆମେ ହେଉଛୁ ବୃକ୍ଷର । ବିନା ଗଛରେ ସୃଷ୍ଟିର ପରିକଳ୍ପନା କରାଯାଇନପାରେ । ମନୁଷ୍ୟର ବଞ୍ଚିବା ପାଇଁ ଅମ୍ଳଜାନ ନିତ୍ୟାନ୍ତ ଆବଶ୍ୟକ ଯାହାକି ବୃକ୍ଷରୁ ମିଳିଥାଏ । ସେହିଭଳି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଲକୁ ନିୟନ୍ତ୍ରଣ କେବଳ ବୃକ୍ଷ କରିଥାଏ । ଯାହା ଫଳରେ ବିଶ୍ଵ ତାପନକୁ ରୋକା ଯାଇପାରିବ । ଏନେଇ ଗାନ୍ଧୀ ଜୟନ୍ତୀକୁ ନିଆରା ଢଙ୍ଗରେ ଗରଦପୁର ବ୍ଲକ ଅଧିନ ମାହାଳ ସ୍ଥିତ ବନ୍ଧସାହିର ଡ. ଦେବ ମହାନ୍ତି ପବ୍ଲିକ ସ୍କୁଲର କୁନି କୁନି ପିଲା ପାଳିଛନ୍ତି ।
ବିଦ୍ୟାଳୟର କୁନି କୁନି ପିଲା ନିଜକୁ ଗାନ୍ଧୀ ଭଳି ସଜେଇ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଗୋଟିଏ ଗଛ ଦେଇ ପରିବେଣ ପାଇଁ ଏହାର ଉପକାରିତା ସମ୍ପର୍କରେ ବୁଝାଇ କହିଥିଲେ । ଏହାଛଡା ଗଛ ଲଗାଇ ନିଜ ପିଲା ଭଳି ଯତ୍ନ ନେଇ ବଡ କରିବାକୁ କୁନିକୁନି ପିଲା ଆହ୍ବାନ ଦେଇଥିଲେ । ଏହାବାଦ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏହାର ପରିସର ଏବଂ ରାସ୍ତା କଡ଼ରେ ବିଭିନ୍ନ ଗଛ ଲଗାଇ ଲୋକଙ୍କୁ ସଚତେନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୂଖ୍ୟ ବୀରବର ନାୟକ, ଇନଚାର୍ଜ ସ୍ୱାଗତିକା ଆଚାର୍ଯ୍ୟ, ଶିକ୍ଷୟତ୍ରୀ ସ୍ନେହଲତା ରାଉତରାୟ, ପ୍ରଭାତୀ ମଞ୍ଜରୀ ନାୟକ, ସୁଭାଷିନୀ ନାୟକ, ରୋଜାଲିନ ମହାନ୍ତି, ଶୁଭଶ୍ରୀ ସ୍ବାଇଁ ସମେତ ବିଦ୍ୟାଳୟର ଅନ୍ୟ କର୍ମଚାରୀ ପ୍ରତିମା ବଳ, ସସ୍ମିତା ମିଶ୍ର, ସୁଦର୍ଶନ ମହାନ୍ତି, ଲିଟୁ ବଳ ପ୍ରମୁଖ ଯୋଗଦେଇଥିଲେ ।