ନୂଆଦିଲ୍ଲୀ: କରୋନା ଭାଇରସ ବିରୁଦ୍ଧରେ ଭାରତ ନିଜସ୍ୱ ସର୍ବପ୍ରଥମ ଟୀକା କୋ-ଭ୍ୟାକ୍ସିନର କରିଛି ସଫଳ ଟୀକାକରଣ । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଜାଇକୋଭ-ଡି ଟୀକାକରଣ। ଛୁଞ୍ଚିବିହୀନ ହେବ ଏହି ଭ୍ୟାକ୍ସିନ। ଅଗଷ୍ଟ ମାସରେ ଭାରତୀୟ ଡ୍ରଗ କଣ୍ଟ୍ରୋଲ ୟୁନିଟରୁ ସ୍ୱୀକୃତି ପାଇଛି ଜାଇକୋଭ-ଡି।

୧୨-୧୯ବର୍ଷ ବୟସ୍କମାନେ ନେଇ ପାରିବେ ଟୀକା
ବର୍ତ୍ତମାନ ଏହି ଭ୍ୟାକ୍ସିନ କେବଳ ୧୮ବର୍ଷରୁ ଉଧ୍ୱର୍ ବୟସ୍କଙ୍କୁ ଦିଆଯିବା ସହ,କୌଣସି ପ୍ରତିକ୍ରୀୟା ନଦେଖାଇଲେ ତାହା ଶିଶୁଙ୍କ ପାଇଁ ଲାଗୁ କରାଯିବ ବୋଲି କହିଛନ୍ତି ମୁମ୍ବାଇର ଫର୍ଟିସ ହସ୍ପିଟାଲର ମେଡିସିନ ସ୍ପେଷାଲିଷ୍ଟ ଡାକ୍ତର ସନ୍ଦୀପ ପାଟିଲ।୩ଟି ଡୋଜ ବିଶିଷ୍ଟ ହେବ ଜାଇକୋଭ-ଡି ଟୀକା। ବିନା ଛୁଞ୍ଚିରେ ଲାଗିବ ଏହି ଟୀକା। ପ୍ରଥମ ଡୋଜ ପରେ ଯଥାକ୍ରମେ ୨୮ ଓ ୫୬ ଦିନ ଅନ୍ତରରେ ନିଆଯିବ ଦ୍ୱିତୀୟ ଓ ତୃତୀୟ ଡୋଜ। ଟୀକାକେନ୍ଦ୍ରରେ ପ୍ରତ୍ୟେକ ଟୀକାର ମୂଲ୍ୟ ୩୭୬ଟଙ୍କା ରହିବା ସହ ସମ୍ପୂର୍ଣ ଡୋଜର ମୂଲ୍ୟ ୧୧୨୮ଟଙ୍କା ରହିବ। ପ୍ରଥମେ ୭ଟି ରାଜ୍ୟରେ ମିଳିବ ଜାଇଦସ କ୍ୟାଡିଲାର ଏହି ଭ୍ୟାକ୍ସିନ ।

ଜାଇକୋଭ-ଡି ହେଉଛି ଏକ DNA PLASMID ଭ୍ୟାକ୍ସିନ
ତେବେ କଣ ଏହି DNA PLASMID ଭ୍ୟାକ୍ସିନ?
ସାଧାରଣତଃ କୌଣସି ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଶରୀରରେ ଥିବା ଡେଡ ସେଲ ବା ଦୁର୍ବଳ ସେଲରୁ ତିଆରି ହୋଇଥାଏ ଭ୍ୟାକ୍ସିନ । ମାତ୍ର ଏଠି ଜିନ ଥିବା ଗୋଟିଏ ଡିଏନଏ ଶରୀରକୁ ଛଡାଯାଇଥାଏ, ଯାହା ଆଣ୍ଟିଜେନ ବିରୋଧରେ ଲଢି ପାରିଥାଏ ।ତେଣୁ ଯେତେବେଳେ ରୋଗାଣୁ ଆକ୍ରମଣ କରିଥାଏ,ଶରୀରରେ ବିଶିଷ୍ଟ ଆଣ୍ଟିବଡି ତିଆରି ହୋଇଥାଏ ଯାହା କୋଭିଡ ସହ ଲଢିପାରିଥାଏ ।

୩ଟି ପରୀକ୍ଷଣରେ ହୋଇଛି ୬୬.୬୬% ଫଳପ୍ରଦ
ଏହା ହେଉଛି ବାୟୋଟେକ୍ନୋଲୋଜି ଡିପାର୍ଟମେଣ୍ଟର ମିଳିତ ଭାଗିଦାରୀରେ ୧୨ ରୁ ୧୯ବର୍ଷର ପିଲାଙ୍କଠାରେ ପରିକ୍ଷଣ କରାଯାଇଥିବା ପ୍ରଥମ ଭ୍ୟାକ୍ସିନ । ଏହା ୩ଟି ଡାକ୍ତରୀ ପରୀକ୍ଷଣ ପରେ ୬୬.୬୬% ଫଳପ୍ରଦ ହୋଇପାରିଛି ।ଏହି ଭ୍ୟାକ୍ସିନକୁ ୩ ମାସ ପର୍ୟ୍ୟନ୍ତ ସାଧାରଣ ତାପମାତ୍ରରେ ସୁରକ୍ଷିତ ରଖାଯାଇପାରିବ ।ଡେଲ୍ଟା ଭାରିଆଣ୍ଟ ବିପକ୍ଷରେ ଏହା ଫଳପ୍ରଦ ହେଉଥିବା ଦେଖାଯାଇଛି ।