ଶିଶୁଙ୍କ ନଗ୍ନ ଚିତ୍ର ସେୟାର: ଅପରେଶନ ପି ହଣ୍ଟରେ ୨୧ ଗିରଫ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ସୋସିଆର ମିଡିଆରେ ଶିଶୁଙ୍କ ନଗ୍ନ ଚିତ୍ର ସୋସିଆଲ ମିଡିଆରେ ସେୟାର ଅଭିଯୋଗରେ କେରଳ ପୁଲିସ ଅପରେସନ ପି ହଣ୍ଟଆରମ୍ଭ କରିଛି । ଏହି ଅପରେସନରେ ରାଜ୍ୟର ୧୨ ଟି ଜିଲ୍ଲାକୁ ସାମିଲ କରିବା ସହ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଏହି କ୍ରମରେ ପୁଲିସ ଅନେକ ଲାପଟପ, ମୋବାଇଲ ଫୋନ, ଅନ୍ୟାନ୍ୟ ଆପତ୍ତିମୂଳକ ସାମଗ୍ରୀ ଜବତ କରିଛି । କେରଳ ପୁଲିସ ଅନୁଯାୟୀ, ବୈଷୟିକ ଜ୍ଞାନର ଅପବ୍ୟବହାର କରି ପିଲାଙ୍କ ନଗ୍ନ ଚିତ୍ର ସେୟାର କରୁଥିବା ଅନେକ ଲୋକଙ୍କୁ ପୁଲିସ ଧରିଛି । ଯାଞ୍ଚ ବେଳେ ଜଣାପଡିଛି, ଏହି କାର୍ଯ୍ୟରେ ୮୪ ଜଣ ସଂପୃକ୍ତ ଅଛନ୍ତି ।