କୋରାପୁଟ କୋଟିଆ ଗସ୍ତ କରି ବିକାଶ ମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
ସେମିଳିଗୁଡ଼ା/ଦଶରଥ ମାଛ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହପାତ୍ର। ରାଜ୍ୟ ସରକାର କୋଟିଆ ଉପରେ ବିଶେଷ ଫୋକସ କରିଛନ୍ତି।କୋଟିଆ ବାସୀଙ୍କ ଜୀବନ ଜୀବିକାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଦେଓମାଳି ଗସ୍ତ କରିଥିଲେ। ଓଡ଼ିଶା ତଥା କୋରାପୁଟ ଜିଲ୍ଲାର ଉଚ୍ଚତମ ପାହାଡ ତଥା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦେଓମାଳିର ସୌନ୍ଦର୍ଯ୍ୟ କରଣ କରାଯିବ। ଏଥି ସହିତ ସେଠାରେ ପର୍ଯ୍ୟଟକ ରହିବା ପାଇଁ ତିଆରି ହେବ ଇକୋ କଟେଜ।ସେହି ପରି ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମିତ ହେବ ନୂଆ ଟ୍ରାକିଙ୍ଗ ଟ୍ରାକ ଓ ଏଥି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଦେଓମାଳି ଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ୧୦ ଗୋଟି ଇକୋ କଟେଜ ନିର୍ମାଣ, ଦେଓମାଳୀ ପର୍ବତ ମାଳାକୁ ଉପଭୋଗ କରିବା ପାଇଁ ୬ଟି ନୂଆ ୱାଚ ଟାୱାର ସହିତ ପର୍ଯ୍ୟଟକଙ୍କ ପାଇଁ କ୍ୟାମ୍ପର ସୁବିଧା ଓ ୩ କିମି ନୂଆ ଟ୍ରାକ, ଫୁଡ୍ ପାର୍କ, ଶୌଚାଳୟ ନିର୍ମାଣ କରାଯିବାର ଯୋଜନା ରହିଛି।
ଏଥି ସହିତ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରବେଶ ଗେଟ ଶହ ଗାଡି ପାର୍କିଂ ସ୍ଥାନ,ପାନୀୟ ଜଳ ସହ ଦେଓମାଳି ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଯେପରି ସମସ୍ତ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। କୋଟିଆ ପଞ୍ଚାୟତରେ ଲୋକ ମାନଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଫୁଲ ଝାଡୁ,ମହୁ ଚାଷ, ଡ୍ରାଗନ ଫୁଡ ଚାଷ, ଗତ ବର୍ଷ ମାତ୍ର ୨ ଏକର ଷ୍ଟ୍ରବେରି ଚାଷ କରାଯାଇଥିଲା କିନ୍ତୁ ଏ ବର୍ଷ ୨୫ ରୁ ୩୦ ଏକର ଷ୍ଟ୍ରବେରୀ ଚାଷ କରାଯାଇଛି।କୋଟିଆ ଗ୍ରାମପୁଞ୍ଜ ର ଜାନି ଗୁଡା ଷ୍ଟ୍ରବେରି ଫାର୍ମ ପରିଦର୍ଶନ କରିବା ସହିତ ଷ୍ଟ୍ରବେରି ଖାଇବା ସହିତ ଏହାର ସ୍ଵାଦ ଖୁବ୍ ଭଲ ବୋଲି ପ୍ରଶଂସା କରିଥିଲେ।
ଦେଓ ମାଳିରେ ବିଦ୍ୟୁତ୍,ପାନୀୟ ଜଳ ର କାର୍ଯ୍ୟ ଆରମ୍ଭ ହୋଇଛି।ଦେଓମାଳି କୁ ଆଖପାଖ ଗ୍ରାମ ଗୁଡ଼ିକ ଏସ ଏଚ୍ ଜି ମହିଳା ମାନଙ୍କୁ ଦାୟିତ୍ୱ ଦିଆଯିବ।କୋଟିଆ ର ସମସ୍ତ ଗ୍ରାମକୁ ରାସ୍ତା ପାନୀୟ ଜଳ ଯୋଗାଇ ଦିଆ ଯାଉଛି। ରାଜ୍ୟ ସରକାର ଙ୍କ ତରଫରୁ ଗତ ବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଛି।ଏହି ଆଦର୍ଶ ବିଦ୍ୟାଳୟ ରେ ୬୫ ଜଣ ପିଲା ଶିକ୍ଷା ଅଧ୍ୟୟନ କରୁଛନ୍ତି।ଛାତ୍ର ଛାତ୍ରୀ ମାନଙ୍କୁ ନେବା ଆଣିବା କରିବା ପାଇଁ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି।କୋଟିଆରେ ନୂତନ ମୋବାଇଲ ନେଟୱର୍କ ସ୍ଥାପନ କରାଯାଉଛି। ଆଗାମୀ ଦିନରେ ସମସ୍ତ ଅଞ୍ଚଳ ବାସୀଙ୍କୁ ମୋବାଇଲ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
