ବିଧାନସଭାରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଓଡ଼ିଶାବାସୀ ଆମର ବିକାଶମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ନୀତି ପାଇଁ ଆମ ସରକାର ଉପରେ ବାରମ୍ବାର ଭରସା କରିଛନ୍ତି । ସେମାନଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର ରାସ୍ତାରେ । ମୋ ଜନପ୍ରିୟ ସରକାର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘5T’ ନୀତି ଆପଣାଇଛି । ଆଜି ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଦାହରଣ ପାଲଟିଛି । ହକି ବିଶ୍ପକପ ସଫଳତାର ସହ ଆୟୋଜନ କରି ଓଡ଼ିଶା ସାରା ବିଶ୍ବର ପ୍ରଶଂସା ସାଉଁଟିଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । ନିକଟରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ବକପ୍ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଉରକେଲା ଠାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ୧୫ ମାସ ମଧ୍ୟରେ ନିର୍ମାଣ କରାଯାଇପାରିଛି। କୋଭିଡ ସମୟରେ ରାଜ୍ୟ ସରକାର ବାହାରକୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଦେଶବାସୀଙ୍କୁ ଯୋଗାଇଥିଲେ।
ମେକ ଇନ ଓଡ଼ିଶା ବେଶ ସଫଳ ହାେଇଛି । ଆମର ସ୍ଥିର ସରକାର ଓ ନୂଆ ଶିଳ୍ପନୀତି-୨୦୨୨ ପାଇଁ ଏଠାରେ ନିବେଶ ପାଇଁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୫ ବର୍ଷରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ ହବ୍ ହେବ । କୃଷି କ୍ଷେତ୍ରରେ ସରକାର ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ଆମର ‘କାଳିଆ’ ଓ ‘ବଳରାମ’ ଭଳି ଯୋଜନା ଚାଷୀଙ୍କ ଆୟ ବୃଦ୍ଧି ସହ ଚାଷୀଙ୍କୁ ବେଶ ସହାୟକ ହେଉଛି । ଚଳିତ ବର୍ଷ ବହୁ ଜଳସେଚନ ପ୍ରକଳ୍ପ ଉଦଘାଟିତ ହାେଇଛି । ଏହାର ସୁଫଳ ଆଗକୁ ମିଳିବ । ବିଏସକେଓ୍ବାଇରେ ୧୦ ଲକ୍ଷ ପରିବାରକୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ମିଳିଛି । ରାଜ୍ୟରେ ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ନୂଆ ମେଡିକାଲ କଲେଜ ଖୋଲିିଛି । ୫ଟି ରେ ବହୁ ହାଇସ୍କୁଲ ନୂଆ ରୂପ ପାଇଥିଲା ବେଳେ ‘ମୋ ସ୍କୁଲ’ ଓ ‘ମୋ କଲେଜ’ ଅଭିଯାନକୁ ମଧ୍ୟ ସମର୍ଥନ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ।
ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଥିଲେ। ଗୃହରେ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ, ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ । ୫ଟି ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ସେ କହିଥିଲେ।