ତାଳଚେର: ଶନିବାର ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ । ଶନିବାର ଅନୁଗୋଳରେ ପହଞ୍ଚି BSKY କାର୍ଡ ବାଣ୍ଟିବାର ରହିଛି କାର୍ଯ୍ୟକ୍ରମ । ଜିଲ୍ଲାର ମୋଟ ୨ ଲକ୍ଷ ୭୭ ହଜାର ହିତାଧିକାରୀ ପାଇବେ କାର୍ଡ ।
ଶନିବାର ଦିନ ୧୧.୩୦ରେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଷ୍ଟେଜରେ ୫ଟି ବ୍ଲକ ୫ ଜଣଙ୍କୁ BSKY କାର୍ଡ ବଣ୍ଟନ କରିବା ସହିତ ଜିଲ୍ଲାର ମୋଟ ୨ ଲକ୍ଷ ୭୭ ହଜାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ଜିଲ୍ଲା ପାଇଁ ୧୧୭୬ କୋଟି ଟଙ୍କା ବିନିମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । ସେହିପରି ମେଗା ପ୍ରୋଜେକ୍ଟ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ପାଇପ ଯୋଗେ ପିଇବା ପାଣି ଯୋଜନା ସାଙ୍ଗକୁ ହେଲ୍ଥ କରିଡ଼ର ଏବଂ ସହରର ସୌନ୍ଦର୍ୟୀକରଣର ଯୋଜନା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଛି ପ୍ରଶାସନ ।