ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ ପ୍ରାୟ ୧୦ .୧୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପରେ ପହଞ୍ଚି ସିଧା ସର୍କିଟ ହାଉସ ଯାଇଥିଲେ । ସେଠାରୁ ଆସି୧୦.୪୫ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆମ୍ବୁଲାନସ୍, ମାତାରିଣୀ ନଡ଼ିଆ ସଂଗ୍ରହ ଗାଡ଼ି ଓ ଅତିଥି ପ୍ରେକ୍ଷାଳୟ  , ଶୁଭ ଉଦଘାଟନ କରିଛନ୍ତି । ଏହାପରେ ଦରବାର ହଲ୍ ଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଅପରାହ୍ନ ୩ଟା ସମୟରେ କେନ୍ଦୁଝର ଷ୍ଟାଡିୟମ୍ ଠାରେ ସାହାଣୀ କପ୍ ଫୁଟବଲ୍ ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।