ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁକ୍ତା ଯୋଜନାରେ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଏହି ମଚୟୁକ୍ତା ଯୋଗନାରେ ଆଉ ୧୦ ଟି ଜିଲ୍ଲାର ୪୨ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩.୮୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରି । ଏହି ୧୦ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ । ଏହି ପ୍ରକଳ୍ପରେ ମିନି ପାର୍କ, ଓପନ୍ ଜିମ୍, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ୍ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ୟ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ୟ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ ରହିଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତାକୁ ୧୮ ଏପ୍ରିଲ ୨୦୨୦ରେ ଲୋକାର୍ପିତ କରିଥିଲେ । ଶୀଘ୍ର ଗରିବ ଓ ବେରୋଜଗାରଙ୍କୁ କାମ ଦେବା ଲକ୍ଷ୍ୟରେ ଏହି ଯୋଜନା ହୋଇଥିଲା । ପୂର୍ବରୁ ପଥମ ପର୍ୟ୍ୟାୟରେ ୩୭ ପୌରାଞ୍ଚଳ ପାଇଁ ୪୨୩ କୋଟି ୮୭ ଲକ୍ଷ ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ।