ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର:  ସାମ୍ଭାବ୍ୟ ବାତ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧକ୍ଷତାରେ ଲୋକସେବା ଭବନରେ ବାତ୍ୟା ସ୍ଥିତିର ସମୀକ୍ଷା। ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ଆରମ୍ଭ। ସମୁଦ୍ର ମଧ୍ୟରେ ଅଛି 11 ଟି ମତ୍ସ୍ୟଜୀବୀ ଡ଼ଙ୍ଗା । ପୁରୀର 2 ଓ ଜଗତସିଂହପୁରର 9 ଡଙ୍ଗା ରହିଛି । ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ । ତୁରନ୍ତ ସେମାନଙ୍କୁ କୂଳକୁ ଫେରାଇ ଆଣିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା ବେଳେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଘଟଣା ଉପରେ ନଜର ରଖିବେ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ସଚିବ ।

ଏହି ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ମୁଖ୍ୟ ଶାସନ ସଚିବ, ଏସଆରସି, ଫାୟାର ଡିଜି, କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ, ଆଇନ ଶୃଙ୍ଖଳା ଏଡ଼ିଜି ସଞ୍ଜୟ କୁମାର, ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେସିକା ମନୋରମା ମହାନ୍ତି ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି। ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଭିସିରେ ଉପସ୍ଥିତ ରହିଛନ୍ତି।