ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

 ଭୁବନେଶ୍ୱର:  ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶାର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସୁରେନ୍ଦ୍ର ନାଥ ନାୟକ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦାମୋଦର ରାଉତ, ସ୍ବର୍ଗତ ଡମ୍ବରୁଧର ଉଲାକା ଓ ସ୍ବର୍ଗତ କମଳା ଦାସ, ପୂର୍ବତନ ସଦସ୍ୟା ସ୍ବର୍ଗତ ଭି ସୁଜ୍ଞାନ କୁମାରୀ ଦେଓ ଓ ସ୍ବର୍ଗତ ଆଦିତ୍ୟ ମାଢ଼ୀ, ପ୍ରମୁଖ ସମାଜସେବୀ ପଦ୍ମଶ୍ରୀ କମଳା ପୂଜାରୀ ଏବଂ ଓଡ଼ିଶା ପୁଲିସର ପୂର୍ବତନ କନଷ୍ଟେବଳ ସ୍ବର୍ଗତ ହିମାଂଶୁ ଶେଖର ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ | ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ଏଥିସହ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମା ମଧ୍ୟ ସମର୍ଥନ କଲେ |