ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଆଉ ନାହାନ୍ତି ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଏବେ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ଜଗନ୍ନାଥ ବିହାର ବାସଭବନରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ଭିଡ ଲାଗିଥିଲା ।ଅେଉ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଏହାରି ଭିତରେ ବାସଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରିବାରଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ସେହିପରି ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଓଲିଉଡ଼ ସହ ଜଡିତ ବ୍ୟକ୍ତିବିଶେଷମାନେ ପହଂଚିଥିବାବେଳେ ଏଠାରୁ ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏବେ ଶ୍କଶାନ ଅଭିମୁଖେ ଉତ୍ତମ ମହାନ୍ତି ।