ଶୁକ୍ରବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ‘X’ରେ ପୋଷ୍ଟ କରି କହିଛନ୍ତି, ‘ଆଜି ଭାରତୀୟ ଜନତା ପାର୍ଟିର ସଭାପତି @NitinNabin ଜୀଙ୍କୁ ଭେଟି ଓଡ଼ିଶାରେ ସାଂଗଠନିକ ସମନ୍ବୟକୁ ସୁଦୃଢ଼ କରିବା ଏବଂ ବିକାଶ ପଦକ୍ଷେପକୁ ତ୍ୱରାନ୍ବିତ କରିବା ଉପରେ ଫଳପ୍ରଦ ଆଲୋଚନା କରାଯାଇଛି । ସୁଶାସନ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ଆମ ରାଜ୍ୟର ଲୋକଙ୍କ କଲ୍ୟାଣ ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରାଯାଇଛି ।’
Called on Shri @NitinNabin Ji, President of the Bharatiya Janata Party @BJP4India , today and held productive discussions on strengthening organisational coordination and accelerating development initiatives in Odisha.
Reaffirmed our shared commitment to good governance,… pic.twitter.com/RshJO0NZns
— Mohan Charan Majhi (@MohanMOdisha) February 27, 2026
ଯଦିଓ ଏହି ବୈଠକକୁ ଆନୁଷ୍ଠାନିକ ଭାବରେ ରାଜ୍ୟରେ ସାଂଗଠନିକ ସମନ୍ବୟ ଏବଂ ବିକାଶ ପ୍ରାଥମିକତା ଉପରେ ଆଲୋଚନା ଭାବରେ ବର୍ଣ୍ଣନା କରାଯାଇଥିଲା, କିନ୍ତୁ ରାଜ୍ୟ ସଭା ନିର୍ବାଚନ ଗୁଞ୍ଜରଣ ମଧ୍ୟରେ ଏହି ବୈଠକ ରାଜନୈତିକ ଗୁରୁତ୍ୱ ଗ୍ରହଣ କରିଛି।