ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜି ଓଡିଶା ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ସେ ଭୁବନେଶ୍ୱର ପହଞ୍ଚି ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି । ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହି ଦୁଇ ନେତାଙ୍କ ସାକ୍ଷାତ ଆଲୋଚନାରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ତାକୁ ନେଇ ବିଭିନ୍ନ ମହଲ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ।କୁହାଯାଉଛି କଂଗ୍ରେସକୁ ବାଦ୍ ଦେଇ ଅନ୍ୟ ଦଳକୁ ଏକାଠି କରି ଏକ ତୃତୀୟ ସାମୁଖ୍ୟ ଗଠନ କରିବାକୁ ଅଖିଳେଶ ଏବଂ ମମତା ରାଜି ହୋଇଛନ୍ତି । ଆଉ ଏହି ସାମ୍ମୁଖ୍ୟରେ ନବୀନଙ୍କୁ ସାମିଲ କରିବାକୁ ଦେଶର ପ୍ରମୁଖ ନେତା ଯୋଜନା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ରହିଥିବାବେଳେ ତୃତୀୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତର ଏଜେଣ୍ଡା ଜଣାପଡ଼ିନଥିଲେ ବି ସେ ତୃତୀୟ ସାମୁଖ୍ୟ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।