‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିଚନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ‘ଆମ ପୋଖରୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ସହରାଞ୍ଚଳରେ  ଥିବା ସମସ୍ତ ଜଳାଶୟ ନବୀକରଣ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ରହିଛି। ‘ଆମ ପୋଖରୀ ଯୋଜନା’ରେ ରାଜ୍ୟରେ ଥିବା ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ଦୁଇ ହଜାର ବୃହତ ଜଳାଶୟର ନବୀକରଣ କରାଯିବ। ପରେ ପୋଖରୀର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯିବ। ମିଶନ ଶକ୍ତି ମହିଳାଙ୍କ ସହ ସହଭାଗିତାରେ ପ୍ରକଳ୍ପ ଗୁଡିକର ନବୀକରଣ ଏବଂ ରକ୍ଷଣାବେକ୍ଷଣ କରାଯିବ। ପ୍ରାକୃତିକ ଉପାୟରେ ଉପକୂଳ ପରିବେଶ ଓ ସହରାଞ୍ଚଳରେ ପାରିପାର୍ଶ୍ୱିକ ସ୍ଥିତିରେ ପରିବର୍ତ୍ତନ କରାଯିବ।