ହୋମିଭାବା କର୍କଟ ହସ୍ପିଟାଲ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଏଥର କ୍ୟାନସର ଚିକିତ୍ସା ପାଇଁ ଓଡିଶା ବାହାରକୁ ଯିବେନି ରୋଗୀ । କ୍ୟାନସର ଚିକିତ୍ସାରେ ଆଉ ପାଦେ ଆଗେଇଲା ଓଡିଶା । ନାଇଜର କ୍ୟାମ୍ପସରେ ହେବ ହୋମି ଭାବା କର୍କଟ ହସପିଟାଲ । ଏହି ହୋମିଭାବା କର୍କଟ ହସ୍ପିଟାଲ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ହସ୍ପିଟାଲ ୨୦୨୫ ସୁଦ୍ଧା ହେବ କାର୍ଯ୍ୟକ୍ଷମ କରିବ ବୋଲି କୁହାଯାଉଛି । ଏହି କର୍କଟ ହସ୍ପିଟାଲ ବିଶ୍ୱସ୍ତରୀୟ କ୍ୟାନସର ଚିକିତ୍ସା, ଗବେଷଣା ଓ ଉଭାବନ କେନ୍ଦ୍ର ହେବ ବୋଲି ଯୋଜନା କରାଯାଇଛି । ଏଠାକୁ ଗମନାଗମନ ସହଜ କରିବା ପାଇଁ ଗଡିବ ମୋ ବସ ଏବଂ ଖୋଲିବ ଆହାର କେନ୍ଦ୍ର ।BSKYସହ ଯୋଡିହେବ ଏହି କ୍ୟାନସର ସେଣ୍ଟର । ଏନେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶାରେ ବ୍ୟାପକ ରୂପାନ୍ତର ହେବ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ପଡୋଶୀ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ ରୋଗୀ ଉପକୃତ ହେବେ ବୋଲି କୁହାଯାଉଛି । ଏହି ହସ୍ପିଟାଲ ପାଇଁ ୬୫ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଇଥିବା ବେଳେ ମେଡିକାଲ ସାଇକ୍ଲୋଟ୍ରୋନ ଫାସିଲିଟି ପାଇଁ ୧୫୦ କୋଟି ସହାୟତାଦିଆଯାଇଛି । ଏହା ହେବ ଏସିଆର ସବୁଠାରୁ ଅତ୍ୟାଧୁନିକ ଗବେଷଣାତ୍ସକ ସାଇକ୍ଲୋଟ୍ରୋନ । ୨୫୦ କୋଟି ବ୍ୟୟରେ ହସ୍ପିଟାଲ ନିର୍ମାଣ କରିବ ଟାଟା ଷ୍ଟିଲ ଫାଉଣ୍ଡେସନ ।ଏଥିରେ ଆବଶ୍ୟକ ସାମଗ୍ରୀ କିଣା ପାଇଁ ୪୦୦ କୋଟି ମଞ୍ଜୁର କରିଛି ପରମାଣୁ ଶକ୍ତି ବିଭାଗ ।