ଧଳା ଟିସାର୍ଟ ସହିତ ଧଳା ଟ୍ରାଉଜର : ଭିନ୍ନ ଲୁକରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଭିନ୍ନ ସମୟରେ ନୂଆ ନୂଆ ଲୁକରେ ନଜର ଆସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କେତେବେଳେ ଧୋତି ସହିତ ଧଳା ଗଂଜି ତ ଏବେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଫଟୋ | ତେବେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧଳା ଟିସାର୍ଟ ସହିତ ଧଳା ଟ୍ରାଉଜର ପିନ୍ଧି ବିଧାୟକଙ୍କ ସହିତ ଆଲୋଚନା କରୁଥିବାର ନଜର ଆସିଛନ୍ତି | ନବୀନ ନିବାସରେ ବିଜେଡି ବିଧାୟକଙ୍କ ସହିତ ନବୀନ ପଟ୍ଟନାୟକ ଆଲୋଚନା କରୁଛନ୍ତି। ଏଥିରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ, ବିଧାୟକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ରାଜେନ୍ଦ୍ର ସାହୁ, ପ୍ରଶାନ୍ତ ମୁଦୁଲି ଏବଂ ଉମାକାନ୍ତ ସାମନ୍ତରାୟ। ଆଉ ବଡ଼ କଥା ହେଲା ସମସ୍ତେ ଛିଡା ହୋଇ ବିଭିନ୍ନ ପ୍ରସଂଗ ଆଲୋଚନାରେ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ |

ଏହି ଫଟୋଟି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ପ୍ରଣବ ଲେଖିଛନ୍ତି ଯେ “ଲୋକଙ୍କ ସେବାରେ ସର୍ବଦା ତତ୍ପର, ଦିନ ହେଉ ଅବା ରାତି, ସେ ଓଡ଼ିଶାବାସୀଙ୍କ ପାଇଁ ସର୍ବଦା ସମର୍ପିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।”