ହରିଶଙ୍କରକୁ ମୁଖ୍ୟମନ୍ତ୍ରୀଙ୍କ ଅଣଦେଖା

0

ବଲାଙ୍ଗୀର /ଜଗନ୍ନାଥ ଧରୁଆ :ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ର ଉନ୍ନତି କରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ର ପ୍ରତିଶୃତି ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ, ପୂର୍ବତନ ଓ ଟି ଡ଼ି ସି ଚ୍ୟାୟାର ମେନ ତଥା ସ୍ଥାନୀୟ ବିଧାୟକ ସରୋଜ ମେହେର ହରିଶଙ୍କର ରୁ ନୃସିଂହନାଥ କୁ ରୋପୱେ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏମିତି କି ପାଟଣାଗଡ଼ ବିଧାୟକ ସରୋଜ ମେହେର ଏକ ବ୍ୟାନର ମାଧ୍ୟମ ରେ ଛଅ ମାସ ରେ କାମ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଚାର ପ୍ରସାର କରିଥିଲେ ।

ଇତି ମଧ୍ୟରେ ବହୁ ଦିନ ବିତି ଯାଇଥିଲେ ସୁଦ୍ଧା ଓଡ଼ିଶାର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ କୁ ୮ ଗୋଟି ରୋପୱେ ନିର୍ମାଣ କରିବାର ବିଭିନ୍ନ ପତ୍ର ପତ୍ରିକା ରୁ ଦେଖିବାକୁ ମିଳୁଥିବା ରୁ ଏହାର ପ୍ରତିବାଦରେ ହରିଶଙ୍କର କୁ ଅଣ ଦେଖା କରୁଥିବା କୁ ନେଇ ହରିଶଙ୍କର ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଏବଂ କୋଶଲ ମୁକ୍ତି ମୋର୍ଚ୍ଚା ହରିଶଙ୍କର ର ପାପ ନାସିନୀ ଝରଣା ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜଳ ସତ୍ୟା ଗ୍ରହ କରୁଛନ୍ତି । ଏମିତିକି ସତ୍ୟା ଗ୍ରହ ର ମୁଖ୍ୟ ଆୟୋଜକ ମାନେ କହୁଛନ୍ତି ଯେ ପର୍ୟ୍ୟନ୍ତ ଦାବି ପୂରଣ ନ ହେବ ଜଳ ସତ୍ୟା ଗ୍ରହ ଜାରି ରହିବ ।