ଟୁରିଷ୍ଟ ବସ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ଦଶପଲ୍ଲା ଟାକେରା ନିକଟରେ ଟୁରିଷ୍ଟ ବସ ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗଭୀର ଶୋକ ପ୍ରକାଶ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହିତ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 4ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ତେବେ ସୂଚନା ମୁତାବକ ଟୁରିଷ୍ଟ ବସ ଦୁର୍ଘଟଣାରେ ୫ ମୃତ ୩୦ ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଥିଲେ । ଗତକାଲି ମଧ୍ୟ ରାତିରେ ଦଶପଲ୍ଲା ଟାକେରା ପିଠାଖାଇ ଘାଟି ନିକଟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା। ମା ସିଂଘେଶ୍ଵରୀ ଅନିଲ୍ ନାମକ ଘରୋଇ ଦଶପଲ୍ଲା ଟାକେରା ପିଠାଖାଇ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମୃତକ ମାନେ ହେଲେ ବ୍ରହ୍ମପୁରର ଏଲ ହରି ପାତ୍ର, ଲାଷ୍ମୀ ପାତ୍ର ଦୁହେଁ ସ୍ବାମୀ ସ୍ତ୍ରୀ ଅଟନ୍ତି। ସେହି ଭଳି ସୁପ୍ରଭା ସାହୁ  ଏବଂ ସୁମନ୍ତି ସାହୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବସ ଡ୍ରାଇଭର ପ୍ରବୀଣ କୁମାର ସାହୁଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତାଙ୍କର ଘର ଭଞ୍ଜନଗର କୁଲାଡ଼ ଗାଁରେ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ଦଶପଲ୍ଲା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭର ମଦପିଇ ଗାଡି ଚଳାଉଥିବା ନେଇ ଅଭିଯୋଗ ହୋଇଛି। ୩ ଦିନିଆ ଟୁରୁ ରେ ୧୧ ଟି ସ୍ଥାନ ପରିଭ୍ରମଣ କରିବା ପାଇଁ ଶୁକ୍ରବାର ରାତିରେ ୫୦ ରୁ ଉର୍ଦ୍ଧ ତ୍ରୀର୍ଥ ଯାତ୍ରୀ ଙ୍କୁ ଧରି ବ୍ରହ୍ମପୁର ରୁ ବାହାରିଥିଲା ଏହି ଅନିଲ୍ ବସ।