ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ଫଳାଫଳ । ଚଳିତ ଥର ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ। ତେବେ ସେଥିରୁ ୧୮୧୨ ଜଣ ଏ୧ ଗ୍ରେଡ, ଏ୨ ୧୨ ହଜାର ୨୦୦, ବି୧ ୩୮ ହଜାର ୮୩୧ ଜଣ ରଖିଛନ୍ତି । ସେହିପରୀ ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ କରିଛନ୍ତି । ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ କରିଛନ୍ତି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ଚଳିତ ଥର ପାସହାର ୯୪.୩ ପ୍ରତିଶତ ରହିଛି ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେହାନ ମାଝି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛ୍ରୀଙ୍କୁ ତାଙ୍କ ‘ଏକ୍ସ’ ଆକାଉଣ୍ଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ‘ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ‘ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା’ରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଏହା ସହ ମଧ୍ୟମା ଓ ଏସଓଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ। ଆଶାଜନକ ଫଳାଫଳ ପାଇନଥିବା ପିଲାମାନଙ୍କୁ ନିରୁତ୍ସାହିତ ନହୋଇ ଫଳାଫଳ ନିର୍ବିଶେଷରେ ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ସହ ଅଧ୍ୟବସାୟ ଜାରିରଖିବା ପାଇଁ ଉପଦେଶ ଦେଉଛି। ସମସ୍ତଙ୍କର ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ସଫଳତା କାମନା କରୁଛି।‘