ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ ହେଲେ ଦାମ : ମୁଖ୍ୟମନ୍ତ୍ରୀ

(ଆଦର୍ଶ ରାଉତ) : ଏଇ କିଛିଦିନ ହେବ ପୁର୍ବତନମନ୍ତ୍ରୀ ଦାମ ରାଉତ ଦଳବିରୋଧରେ କିଛି ସତ ମନ୍ତବ୍ୟ ଦେଇଚର୍ଚ୍ଚାରେ ଆସିଥିଲେ । ଚାରା, ଓମଫେଡ, ସମବାୟ, ସ୍ୱାସ୍ଥ୍ୟ ବିଭାଗର କେଳେଙ୍କାରୀ ହୋଇଛି ବୋଲି ଅଭିଯୋଗ ଆଣିଥିଲେ ତାନେଇ ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବା ନେଇ ଜୋର ଧରିଥିଲା । ବିଜେଡି ବରିଷ୍ଟ ନେତା ବିଷ୍ନୁ ଦାଶ ଓ ପ୍ରଶାନ୍ତ ମୁଦୁଲିଙ୍କ ପରେ, ଏରସମା– ବାଲିକୁଦା ଅଞ୍ଚଳର କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପାଖରେ ଫେରାଦ ହୋଇଥିଲେ । ନବୀନ ନିବାସରେ କର୍ମୀମାନେ ଦାମଙ୍କ ନାଁରେ ଅଭିଯୋଗ ଆଣିଥିଲେ ଏଥିରେ ହଜାରେରୁ ଅଧିକ କର୍ମୀ ସାମିଲ ହୋଇଥିଲେ । କାଲି ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା ।

ଦାମ ରାଉତଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦାମ ରାଉତ ଦଳବିରୋଧୀ କାର୍ୟ୍ୟରେ ସାମିଲ ଥିଲେ । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଚର୍ଚ୍ଚାହେଉଛି ନୂଆଦଳ ଗଢିବା ପାଇଁ ସେ ଯଦି ଚାହୁଁଛନ୍ତି ତାହାଲେ ନୂଆଦଳ ଗଢିପାରନ୍ତି ସେ । ଏହା ଦଳ ବିଜେଡି ଉପରେ କିଛି ପ୍ରଭାବ ପକାଇପାରିବ ନାହିଁ ।