ବଦଳିଲା ମୂଖ୍ୟମନ୍ତ୍ରୀଙ୍କ ରାସ୍ତା

(ଆଦର୍ଶ ରାଉତ) : ଆଜି ବିଧାନସଭା ମୌସୁମୀ ଅଧିବେଶନରେ ଗୃହବିଭାଗର ପ୍ରଶ୍ନତୋର କାର୍ଯ୍ୟକ୍ରମ ଥିଲା, ଖୋଦ ମୂଖ୍ୟମନ୍ତ୍ରୀ ଯେହେତୁ ଗୃହବିଭାଗର ମନ୍ତ୍ରୀ ତେଣୁ ଗୃହକୁ ଯିବା ନିତାନ୍ତ୍ୟ ଆବଶ୍ୟକ କିନ୍ତୁ ସେପଟେ ଭାରତବନ୍ଦ ଡାକରା ଦେଇଥିଲା କଂଗ୍ରେସ , ମୂଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଟକାଇବା ପାଇଁ ଏଜି ଛକରେ କଂଗ୍ରେସର ଶତାଧିକ କର୍ମୀ ଅନାଇ ବସିଥିଲେ କିନ୍ତୁ ଆଜି ପ୍ରଥମଥର ପାଇଁ ବଦଳିଲା ମୂଖ୍ୟମନ୍ତ୍ରୀଙ୍କ ରାସ୍ତା ।

ରାସ୍ତା ରୋକ କରି ବିଧାନସଭା ଆଗରେ ମଧ୍ୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିଲେ । ରାସ୍ତାରୋକ ପାଇଁ ବିଧାନସଭାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନେକ ମନ୍ତ୍ରୀ କଡା ସୁରକ୍ଷାରେ ବିଧାନସଭାରେ ପ୍ରବେଶ କରିଥିବା ବେଳେ ବିଧାୟକମାନେ ଚାଲିଚାଲି ବିଧାନସଭାରେ ପ୍ରବେଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି, ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଏଜି ଛକରେ ଅଟକାଇବାପାଇଁ କଂଗ୍ରେସର ବିଧାୟକମାନେ ସେଠାରେ ଉପସ୍ଥିତଥିଲେ କିନ୍ତୁ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁଥିବା ରାସ୍ତା ପରିବର୍ତ୍ତନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସଚିବାଳୟ ରାସ୍ତା ନଦେଇ ଗୋପବନ୍ଧୁ ଛକ, ଗଭର୍ଣ୍ଣରହାଉସ ରାସ୍ତା ଦେଇ କଡା ବଳୟ ସୁରକ୍ଷା ଭିତରେ ବିଧାନସଭାକୁ ଆସିଥିଲେ ।

ସେପଟେ ପୋଲିସ କମିଶନରଙ୍କ କହିବା ଅନୁଯାଇ ମୂଖ୍ୟମନ୍ତ୍ରୀ ସୁରକ୍ଷା ସବୁଠୁ ବଡ ଦାୟୀତ୍ୱ, ତାକୁ ଦୃଷ୍ଟିରେ ରଖି ବିଧାନସଭାରେ କିପରି ସୁରକ୍ଷିତ ଭାବରେ ପହଂଚିବେ ସେଇଟା ଆମର ଦାୟୀତ୍ୱ ଥିଲା ।