ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି

(ସୌମ୍ୟରଞ୍ଜନ ବିଶ୍ୱାଳ) : ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଛତିିଶଗଡର ବିଳାସପୁର କେନ୍ଦ୍ରୀୟ ଜେଲରେ ସଜାକାଟୁଥିବା ଜଣେ ମାନସିକ ବିକାରଗ୍ରସ୍ତ କଏଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଧମକ ଦେଇ ଏକ ଚିଠି ଲେଖିଥିବା ଜଣାପଡିଛି । ଏହି ଖବର ଏକ ହିନ୍ଦୀ ୱେସାଇଟ ନୟି ଦୁନିଆରେ ପ୍ରକାଶ ପାଇଛି ।
ଚିଠିଟି ଲେଖିଛନ୍ତି ବ୍ୟାଙ୍କ ଡକାୟତି ଓ ଅନ୍ୟ ଛୋଟ ବଡ଼ ଅପରାଧରେ ଲିପ୍ତ ଥିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଜଣେ ୪୦ ବର୍ଷୀୟ କଏଦୀ । ତା’ର ନାଁ ପୁଷ୍ପେନ୍ଦ୍ର ଚୌହାନ। ସେ କୁଆଡ଼େ ଏଭଳି ହତ୍ୟା ଧମକ ଦେଇ ୫୦ କୋଟି ଟଙ୍କା ଦାବି କରିଛି।

ଏହି ଚିଠି ଓଡିଶା ସରକାରଙ୍କ ହସ୍ତଗତ ହେବା ପରେ ଏ ସଂକ୍ରାନ୍ତରେ ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ ଏ ଏନ ଉପାଧ୍ୟାୟଙ୍କୁ ଅବଗତ କରାଯାଇଥିଲା। ସେ ଏହାର ତଦନ୍ତ ଦାୟିତ୍ଵ ବିଳାସପୁର ଏସପି ଆରିଫ ଶେଖଙ୍କୁ ଦେଇଥିଲେ। ଆରିଫ ଘଟଣାର ଯାଞ୍ଚ କରିବାକୁ ଏଏସପି ନୀରଜ ଚନ୍ଦ୍ରାକରଙ୍କୁ କହିଥିଲେ।