ଭିଜିଲାନ୍ସ ହାତରେ ଧରା ପଡିଲେ କିରାଣି ଓ ଦଲାଲ
ସମ୍ବଲପୁରର ଧନପତି ସରାଫ ତରଭା ସୁନାରିପଡ଼ାର ପ୍ରଦୀପ ସାହୁ ଏବଂ ଅନ୍ୟ ୫ ଜଣଙ୍କୁ ଜମି ବିକ୍ରି କରିବାର ଥିଲା।କିରାଣି ଶିବପ୍ରସାଦ ୫ଜରଙ୍କଠାରୁ ୪ହଜାର ଟଙ୍କା ଲେଖାଏ ଲାଞ୍ଚମାଗିଥିଲେଏବଂ ଟଙ୍କା ନଦେଲେ କାମ ହେବ ନାହିଁ ବୋଲି କହିଥିଲେ
ସୋନପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍ରେଜିଷ୍ଟ୍ରାରକାର୍ୟ୍ୟାଳୟର ମୁଖ୍ୟ କିରାଣି ଶିବପ୍ରସାଦ ଗୁରୁ ଏବଂ ଦଲାଲ ହେମକାନ୍ତ ବିଶି।ଭିଜିଲାନ୍ସ ଅଧିକାରୀ ହେମକାନ୍ତ ବିଶି ଠାରୁ ୨୪ ହଜାର ଟଙ୍କା ଜବର ଦଖଲ କରିଛନ୍ତି ।ସମ୍ବଲପୁରର ଧନପତି ସରାଫ ତରଭା ସୁନାରିପଡ଼ାର ପ୍ରଦୀପ ସାହୁ ଏବଂ ଅନ୍ୟ ୫ ଜଣଙ୍କୁ ଜମି ବିକ୍ରି କରିବାର ଥିଲା।କିରାଣି ଶିବପ୍ରସାଦ ୫ଜରଙ୍କଠାରୁ ୪ହଜାର ଟଙ୍କା ଲେଖାଏ ଲାଞ୍ଚମାଗିଥିଲେଏବଂ ଟଙ୍କା ନଦେଲେ କାମ ହେବ ନାହିଁ ବୋଲି କହିଥିଲେ।ଏହାକୁ ନେଇ ପ୍ରଦୀପ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ମଙ୍ଗଳବାର ପ୍ରଦୀପ ଟଙ୍କା ଦେବାକୁ ଯାଇଥିଲେ। ଶିବପ୍ରସାଦ ନିଜେ ଟଙ୍କା ନରଖି ଦଲାଲ ତରଭାର ହେମକାନ୍ତକୁ ଦେବାକୁ କହିଥିଲେ।ହେମକାନ୍ତ ଏହି ଟଙ୍କାକୁ ନିଜ ପ୍ୟାଣ୍ଟ ପକେଟରେ ରଖିଥିଲେ। ପରେ ଛପି ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ଚଢ଼ଉ କରି ହେମକାନ୍ତଙ୍କଠାରୁ ଲାଞ୍ଚ ଟଙ୍କା ଜବତ୍ କରିଥିଲେ।ଭିଜିଲାନ୍ସ ବିଭାଗ ଅଭିଯୁକ୍ତ ମୁଖ୍ୟ କିରାଣି ଶିବପ୍ରସାଦ ଏବଂ ଦଲାଲ ହେମକାନ୍ତଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି