ଆସନ୍ତାକାଲି ବସିବ ଛତିଶା ନିଯୋଗ ବୈଠକ, ପବିତ୍ର କାର୍ତ୍ତିକ ମାସ ନେଇ ହେବ ଆଲୋଚନା

ପୁରୀ: ଆସନ୍ତା ୨୦ ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକକୁ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି,ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସହିତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାର ମାନେ ଉପସ୍ଥିତ ରହିବେ । ଅପରାହ୍ଣ ୪ଟା ୩୦ରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ଆସନ୍ତା ୩ ତାରିଖରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଥିବାରୁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଚୂଡାନ୍ତ ହେବ । ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ । ସେହିପରି ଅସ୍ଥାୟୀ ରତ୍ନଭଣ୍ଡାରରୁ ରତ୍ନ ସ୍ଥାନାନ୍ତର, ଧାଡି ଦର୍ଶନ ନେଇ ମଧ୍ୟ ଆଲୋଚନା ହେବ ।