ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବ ଛତିଶା ନିଯୋଗ ବୈଠକ

ଆଜି ବସିବ ଛତିଶା ନିଯୋଗ ବୈଠକ। ଅପରାହ୍ନ ୪ ଟା ୩୦ରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦର୍ଶନ ନିମନ୍ତେ ପ୍ରସ୍ତୁତିକୁ ନେଇ ଏହି ବୈଠକ ବସିବ । ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଯୁଗ୍ମ ବୈଠକରେ ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ପ୍ରସ୍ତୁତିକୁ ନେଇ ଆଲୋଚନା ହେବ ।

ତେବେ ଆସନ୍ତା ଫେବୁଆରୀ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିବେ ମହାମହିମ l ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ପୁରୀରେ ବସୁଛି ନୀତି ସବ୍‌ କମିଟି ଓ ଛତିଶା ନିଯୋଗ ବୈଠକ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସଂଧ୍ୟା ୪ଟା ୩୦ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ନୀତିକାନ୍ତି କିପରି ଶୃଙ୍ଖଲିତ କରାଯିବ କେଉଁ କେଉଁ ସେବାୟତ ଉପସ୍ଥିତ ରହିବେ, କିଭଳି ଦର୍ଶନ କରିବେ, କେଉଁମାନେ ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ, ସେନେଇ ଆଲୋଚନା କରାଯିବ l ମହାମହିମ ପ୍ରଥମେ ଶ୍ୱେତଗଙ୍ଗା ପୁଷ୍କରିଣୀରରେ ନିଜ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି l ଶ୍ୱେତଗଙ୍ଗା ଠାରେ ପିଣ୍ଡଦାନ ସମୟରେ କିଏ କିଏ ରହିବେ ସେଠାରେ କିପରି ବ୍ୟବସ୍ଥା କରାଯିବ ସେ ନେଇ ମଧ୍ୟ ବିଶେଷ ଆଲୋଚନା କରାଯିବ l ଏହି ବୈଠକରେ ଜିଲ୍ଲପାଳ,ଏସ୍ପି ଙ୍କ ସମେତ ଛତିଶା ନିଯୋଗର ସଦସ୍ୟ ଉପସ୍ଥିତ ରହିବେ l