କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି

ଭୋପାଳ-: ମଧ୍ୟପ୍ରଦେଶର ସିଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ପାର୍କରେ ଛଡାଯାଇଥିବା ମାଈ ଚିତା ନିର୍ଭା ୫ ଶାବକଙ୍କୁ ଜନ୍ମ ଦେଇଛି । ଫଳରେ କୁନୋ ପାର୍କରେ ଚିତାଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଚିତା ଶାବକଙ୍କ ଜନ୍ମକୁ ନେଇ କୁନୋ ପାର୍କରେ ଚିତାଙ୍କ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

ସୂଚନାଯୋଗ୍ୟ କୁନୋ ପାର୍କରେ ଚିତାଙ୍କ ଚଳପ୍ରଚଳରେ ଅସୁବିଧା ହେଉଥିବାରୁ ଚଳିତମାସ ୨୦ରେ ଦୁଇଟି ଅଣ୍ଡିରା ଚିତା ପ୍ରଭାସ ଓ ପାବକକୁ ନିମୁଚ୍ ଓ ମାଣ୍ଡସର ଜିଲ୍ଲାରେ ଥିବା ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି । ଭାରତରେ ଚିତା ବଂଶର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ‘ଚିତା ପ୍ରକଳ୍ପ’ର ଶୁଭାରମ୍ଭ ହୋଇଥିଲା  । ତଦନୁଯାୟୀ ୨୦୨୨ ସେପ୍ଟେମ୍ବରରେ ନାମ୍ବିଆରୁ ୮ ଏବଂ ୨୦୨୩ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇ କୁନୋ ପାର୍କରେ ଛଡାଯାଇଥିଲା ।