ଏକାଠି ଜଳିଲା ଚିତା

ସ୍ତବ୍ଧ ପୁରା ଅଞ୍ଚଳ

ବାଲିମେଳା ଏନଏସି ୧୨ରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଏକାଠି ଜଳିଲା ୨ଟି ଚିତା । ମୃତ ଦମ୍ପତି ହେଲେ ହରି କୂଳଦୀପ ଏବଂ କମଳା କୂଳଦୀପ । ହରି ଦିନ ମଜୁରିଆ ଭାବେ କାମ କରନ୍ତି । ଉଭୟଙ୍କ ୩ ଜଣ ସନ୍ତାନ ଅଛନ୍ତି । ଆଜି ହୃଦଘାତରେ ହରିଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ କମଳା । ପରେ ଘରକୁ ଆସିଲା ସ୍ବାମୀଙ୍କ ମୃତଦେହ । ସ୍ବାମୀଙ୍କ ମୃତଦେହ ଦେଖି କୋହ ସମ୍ଭାଳି ପାରିନଥିଲେ କମଲା । ସ୍ବାମୀଙ୍କ ମରଶରୀରରେ ଲୋଟି ପଡ଼ି କାନ୍ଦିବାକୁ ଲାଗିଥିଲେ । ଏହାରି ଭିତରେ ସେ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ବାଲିମେଳା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଉଭୟଙ୍କୁ ଗୋଟିଏ ଜୁଇରେ ଚିତା ଦିଆଯାଇଥିଲା । ହରି ଏବଂ କମଳାଙ୍କ ଏପରି ଦୁଃଖଦ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦମ୍ପତିଙ୍କ ମୃତ୍ୟୁ ପରେ ନୀରବି ଯାଇଛି ପୂରା ଗାଁ । ଉଭୟଙ୍କୁ ମନେ ପକାଇ ପରିବାର ଓ ପଡ଼ୋଶୀ ଆଖିରୁ ଲୁହ ଗଡାଉଛନ୍ତି ।