ବ୍ରହ୍ମପୁର : ହସ୍ପିଟାଲ କିଣାବିକା ନାଁରେ ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ବ୍ରହ୍ମପୁର ହର୍ଷ ଗଳିର ୪ର୍ଥ ଗଳିର ଡା. ଋମେଶ ଚନ୍ଦ୍ର ବାରତା । ଥାନା କେସ ୧୮୫/୨୨ରେ ରୁଜୁ କରି ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ସୂଚନା ଅନୁସାରେ, ଡା. ଋମେଶ ଗତବର୍ଷ ମାର୍ଚ୍ଚରେ ବ୍ରହ୍ମପୁରରେ ଥିବା ଏକ ହସ୍ପିଟାଲ କିଣିବା ପାଇଁ ଏହାର ନିର୍ଦ୍ଦେଶକଙ୍କ ସହ ଚୁକ୍ତି କରିଥିଲେ ।
ହସ୍ପିଟାଲ ଗୃହ ଜମି ଓ ଉପକରଣ ବାବଦକୁ ଉଭୟଙ୍କ ମଧ୍ୟରେ ୬ କୋଟି ୭ ଲକ୍ଷ ଟଙ୍କାର ଚୁକ୍ତି ହୋଇଥିଲା । ଡା. ଋମେଶଙ୍କ ଠାରୁ ୩ କୋଟି ୪୩ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ ହସ୍ପିଟାଲ ମାଲିକ । କିନ୍ତୁ କରୋନାର ୨ୟ ଲହର ଆସିବାରୁ ଡା. ରମେଶ ଉକ୍ତ ହସ୍ପଟାଲକୁ ନିଜ ଅକ୍ତଆରେ ନେବାରେ ବିଳମ୍ବିତ ହୋଇଥିଲା । କିଛି ମାସ ପରେ ଡା. ରମେସ ସେଠାକୁ ଯାଇ ଦେଖିବା ବେଳେ ଚୁକ୍ତି ମୁତାବକ ସେଠାରେ କୌଣସି ହସ୍ପିଟାଲ ଉପକରଣ ନ ଥିଲା । ଏ ସମ୍ପର୍କରେ ପଚାରିବାରୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଏହି ହସ୍ପିଟାଲ ଅନ୍ୟ କାହାକୁ ୫ ବର୍ଷୀୟା ଲିଜ ସୂତ୍ରରେ ଦିଆଯାଇଥିବା ଡା. ରମେଶଙ୍କୁ କୁହାଯାଇଥିଲା । ସେ ଠକେଇର ଶିକାର ହୋଇଥିବା ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ । ଏନେଇ ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ କହିଛନ୍ତି, ଏତଲା ଆଧାରରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ ହୋଇଛି ।