ବିଧାସଭାରେ ଛତୁଆ ଚର୍ଚ୍ଚା

ଛତୁଆର କ୍ୱାଲିଟି ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିଥିବାବେଳେ ଛତୁଆର ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଧାସଭାରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନୋତ୍ତର କାର୍ଯ୍ୟ । ବିଧାୟକମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇଚାଲିଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଆଜି ଛତୁଆ ବଣ୍ଟନକୁ ନେଇ ହେଉଛି ଚର୍ଚ୍ଚା ।

ଛତୁଆର ମାନ ପରୀକ୍ଷଣ ଲାଗି ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷଣ ଲାଗି ଗ୍ରାମ ଯାଞ୍ଚ କମିଟି, ମାତୃ କମିଟି ବ୍ୟବସ୍ତା ଅଛି | ଏମାନେ ଛତୁଆର ମାନକୁ ପରୀକ୍ଷା କରିଥାନ୍ତି | ସୁପରଭାଇଜର ମାନେ ପ୍ରସ୍ତୁତି ବେଳେ ମାନ ଯାଞ୍ଚ କରିଥାନ୍ତି |

ବିଧାୟକମାନେ ଛତୁଆର ମାନକୁ ନେଇ ଉଦବେଗ ପ୍ରକାଶ କଲା ପରେ ଛତୁଆର ସାମ୍ପଲ କଲେକ୍ସନ ମାନକୁ ନେଇ ଯାଞ୍ଚ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ, ଗୃହରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ |

କହିଛନ୍ତି, ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷା କରିବାକୁ ଗ୍ରାମ ଯାଞ୍ଚ କମିଟି ବ୍ୟବସ୍ଥା କରାଯାଇଛି । ସୁପରଭାଇଜରମାନେ ଛତୁଆ ପ୍ରସ୍ତୁତିବେଳେ ଏହାର ମାନ ଯାଞ୍ଚ କରିବେ । ଛତୁଆର କ୍ୱାଲିଟି ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିଥିବାବେଳେ ଛତୁଆର ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ।