ବିଲରେ କାମ କରୁଥିବା ବେଳେ ଭାଲୁ ଆକ୍ରମଣରେ ଚାଷି ଗୁରୁତର

କରଞ୍ଜିଆ / ବସନ୍ତ କୁମାର ସୋରେନ : ଭାଲୁ ଆକ୍ରମଣ ରେ ଚାଷି ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ କେଶଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିରୁପଦା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭାଲୁ ଆକ୍ରମଣରେ ଗୁରୁତର ଚାଷି ଜଣକ ହେଉଛନ୍ତି ସେହି ଗ୍ରାମର ମରା ପୂର୍ତ୍ତି ଙ୍କର ପୁଅ କଣ୍ଡେରାମ ପୂର୍ତ୍ତି ( ୨୨ ବର୍ଷ ) ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ , ଯୁବକ ଜଣଙ୍କ ତାଙ୍କ ଧାନ ବିଲକୁ କାମ କରିବାକୁ ଯାଇଥିଲେ।ବିଲରେ କାମ କରୁଥିବା ସମୟରେ ବିଲକୁ ଲାଗି ଜଙ୍ଗଲ ଥିବାରୁ ଜଙ୍ଗଲ ଭିତରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଦେଇଥିଲା।ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ , ଗୋଡ ଓ ହାତରେ ଗଭୀର କ୍ଷତ ହୋଇଛି। ସେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।