ବାଂଲାଦେଶୀ ନାବାଳିକା ଚାଲାଣ; ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌

ଭୁବନେଶ୍ଵର: ବାଂଲାଦେଶୀ ନାବାଳିକା ଚାଲାଣ ଘଟଣାରେ ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌ । ୧୦ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କଲା NIA । ଭୁବନେଶ୍ବର ସ୍ପେଶାଲ କୋର୍ଟରେ ଚାର୍ଜସିଟ୍‌ ଦାଖଲ । ଚାକିରି ଦେବା ନାଁରେ ଆଣି ଅନୈତିକ କାର୍ଯ୍ୟରେ ଲଗାଇବା ଅଭିଯୋଗ । ଗରିବ ପରିବାରର ହୋଇଥିବାରୁ ଫାଇଦା ଉଠାଇବାକୁ ଉଦ୍ୟମ ।

ସୂଚନା ଅନୁସାରେ, ଗତ ୨୦୨୪ ମସିହା ନଭେମ୍ୱର ୯ ତାରିଖରେ କଟକ ମଧୁପାଟଣା ଅଞ୍ଚଳ ଲିଙ୍କ୍‌ରୋଡରୁ ନାବାଳିକା ଉଦ୍ଧାର ହେବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ନାବାଳିକାର ବୟାନ ଆଧାରରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା । ନାବାଳିକା ଜଣକ ବାଂଲାଦେଶୀ ହୋଇଥିବାରୁ ଓ ମାମଲା ମାନବ ଚାଲାଣ ସହ ସଂପୃକ୍ତ ଥିବାରୁ ତଦନ୍ତ ଭାର ନେଇଥିଲା ଏନଆଇଏ। ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବା ପରେ ବାଂଲାଦେଶରୁ ପଶ୍ଚିମବଙ୍ଗ ଓଡ଼ିଶାରେ ଏକ ବଡ଼ ଧରଣ ଯୁବତୀ ଚାଲାଣର ରାକେଟ ଚାଲିଥିବା ଜାଣିପାରିଥିଲା। ଗରିବ ପରିବାରର ଅସହାୟତାର ସୁଯୋଗ ନାବାଳିକାଙ୍କୁ ଚାକିରି, ରୋଜଗାରର ପ୍ରଲୋଭନ ଦେଖାଇ ଓଡ଼ିଶାକୁ ଆଣୁଥିବା ଜଣାପଡିଛି। ପୁରା ଘଟଣାର ଖୋଳତାଡ଼ ପରେ ଏନଆଇଏ ୧୦ଜଣ ଦଲାଲଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।