ଚାନୁଙ୍କୁ ୧ କୋଟି ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋଉତ୍ତୋଳନ କାରୀ ମୀରାବାଇ ଚାନୁଙ୍କୁ ମଣିପୁର ସରକାର ୧ କୋଟି ଟଙ୍କା ଉପହାର କର୍ରିଛନ୍ତି । ମୀରାବାଇ ଚାନୁ ଆଜି ସ୍ୱଦେଶ ଫେରିଛନ୍ତି । ଚାନୁ ଦେଶର ପ୍ରଥମ ରୌପ୍ୟ ପଦକ ଜିତିଥିବା ଭାରୋଉତ୍ତନ କାରୀ । ଏହା ପୂର୍ବରୁ ୨୦୦୦ ମସିହାରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ। ସ୍ୱଦେଶ ଫେରିବା ପରେ ମୀରାବାଈ କହିଥିଲେ, ମୋ ପାଇଁ ଏହା ବହୁତ ଚ୍ୟାଲେଞ୍ଜିଂ ଥିଲା। ପଦକ ଜିତିବା ନେଇ ମୋର ଏବଂ ମୋ କୋଚଙ୍କ ସ୍ୱପ୍ନ ଥିଲା। ରିଓ ଅଲିମ୍ପିକ୍ସକୁ ମୁଁ ଯାଇପାରିନଥିଲି। କିନ୍ତୁ ଏହା ପରେ ମୁଁ ଖୁବ୍ ପରିଶ୍ରମ କରିଥିଲି। ରିଓ ଅଲିମ୍ପିକ୍ସରୁ ମୁଁ ବହୁତ କିଛି ଶିଖିଛି।
ଏହା ସହ ମୀରାବାଈ ଚାନୁଙ୍କୁ ମିଳିବ ପୋଲିସ ଚାକିରି। ଚାନୁଙ୍କୁ ଅତିରିକ୍ତ ଏସ୍ପି ଭାବେ ନିଯୁକ୍ତ ଦେବାକୁ ମଣିପୁର ସରକାର ନିଷ୍ପତ୍ତି ନେଇଛନ୍ତି। ମଣିପୁର ପୋଲିସରେ ଅତିରିକ୍ତ ଏସ୍ପି(କ୍ରୀଡା) ଭାବେ ତାଙ୍କୁ ନିଯୁକ୍ତ କରାଯିବ। ସୋମବାର ଏହାର ଘୋଷଣା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ।