ଚନ୍ଦ୍ରଯାନ ସଫଳତା ପାଇଁ ଜୁଲାଇକୁ ଘୁଞ୍ôଚଲା ଅଭିଯାନ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଚନ୍ଦ୍ର ଯାନର ସଫଳ ପଠାଇବା ପାଇଁ ଇସ୍ରୋ ତାରିଖରେ ପରିବର୍ତ୍ତନ କରିଛି । ପୂର୍ବରୁ ଗତ ଜାନୁୟାରୀ ମାସରେ ଭାରତର ଚନ୍ଦ୍ରଯାନ ପଠାଇବାକୁ ଯୋଜନା କରିଥିଲା । ପରେ ତାହାକୁ ଏପ୍ରିଲ ମାସରେ କରାଯିବ ବୋଲି ସୂଚନା ଦେଇଥିଲା ଇସ୍ରୋ । ଏହା ପରେ ପୁଣି ପରିବର୍ତ୍ତନ କରି ମେ ମାସ କୁହାଯାଇଥିଲା । ଏବେ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଯାଇଛି । ତେବେ ନିଜ ଅଭିଯାନରେ ସଫଳ ହେଲେ ଏପରି କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ଇସ୍ରାଏଲର ଚନ୍ଦ୍ର ଅଭିଯାନ ସଫଳ ହୋଇଥିଲେ ସେ ବିଶ୍ବର ୪ର୍ଥ ଦେଶ ହୋଇଥାନ୍ତା ।
ସୂଚନା ଯେଗ୍ୟା, ଇସ୍ରାଏଲର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ଲଞ୍ଚ କରାଯାଇଥିଲା। କିନ୍ତୁ ଗତ ୧୨ ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାରେ ବିଫଳ ହୋଇଥିଲା । ତେଣୁ ଭାରତୀୟ ଚନ୍ଦ୍ରଯାନ ଯେପରି ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାରେ ସଫଳ ହେବ ସେଥିଲାଗି କୌଣସି ରିସ୍କ ନେବାକୁ ଚାହୁଁନାହିଁ ଇସ୍ରୋର ବୈଜ୍ଞାନିକ। ଏଥିପାଇଁ ଆସନ୍ତା ମେ ମାସରେ ହେବାକୁ ଥିବା ଚନ୍ଦ୍ରଯାନର ଉତକ୍ଷେପଣକୁ ଜୁଲାଇ ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ପ୍ରସ୍ତୁତିକୁ ଆହୁରି ତ୍ରୁଟିଶୂନ୍ୟ କରିବାକୁ ପଦକ୍ଷେପ ନିଆଯାଉଛି ।