ଜୁଲାଇ ୧୫ରେ ଲଞ୍ଚ ହେବ ଚନ୍ଦ୍ରାୟନ ୨

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ବହୁ ପରିବର୍ତ୍ତନ ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଜୁଲାଇ ୧୫ ତାରିଖରେ ଲଂଚ୍ ହେବ । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରି କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ଏହି ମିଶନକୁ ଜିଏସଏଲବି ଏମକେ-୩ ରକେଟ୍ ଲଂଚ୍ କରାଯିବ । ଏହାର ଓଜନ ୩୮୦୦ କିଲୋ । ଏଥିରେ ୩ ମଡ୍ୟୁଲ ଆର୍ବିଟର, ଲେଣ୍ଡର ଏବଂ ରୋବର ରହିବ ।
ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ସିବାନ ଭାରତୀୟ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକନୋଲୋଜିର ସପ୍ତମ ଦୀକ୍ଷାନ୍ତ ସମାରୋହରେ କହିଛନ୍ତି କି, ଚନ୍ଦ୍ରାୟନ-୨ ପ୍ରକ୍ଷେପଣ ଯାନ ସହ ଏକୀକୃତ କରାଯାଇଛି । ଏହାକୁ ରବିବାର ଦିନ ଲଂଚ୍ ପ୍ୟାଡକୁ ନିଆଯିବ । ମିଶନର ସଫଳତା ପରୀକ୍ଷଣ କରିବା ପାଇଁ ଅପରେଶନାଲ ପ୍ରସ୍ତୁତି ଗୁଡିକ ଜୁଲାଇ ୧୩ରେ ଯାଂଚ୍ କରାଯିବ ।
କେ ସେବନ କହିଛନ୍ତି କି, ଯଦି ଏହା ସଫଳ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପହଁଚିଥିବା ଚତୁର୍ଥ ରାଷ୍ଟ୍ର ରୂପରେ ପରିଗଣିତ ହେବ । ଏହା ପୂର୍ବରୁ ଆମେରିକା, ଋଷ, ଚୀନ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି । କିନ୍ତୁ କୌଣସୀ ରାଷ୍ଟ୍ର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଁଚି ନାହାଁନ୍ତି ।