(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରୟାନ ୨କୁ ନେଇ ବିଭିନ୍ନ କାରଣରୁ ତାରିଖ ଘୁଞ୍ଚୁବା ପରେ ଆସନ୍ତା ଜୁଲାଇ ୧୫ ତାରିଖରେ ପ୍ରକ୍ଷେପଣ ନେଇ ଦିନ ଧାର୍ଯ୍ୟ କରାଯାଇଛି । ଏହାକୁ ନେଇ ଇସ୍ରୋରେ ବିପୁଳ ଉତ୍ସାହ ଦେଖିବାକୁ ମିଲିଛି । ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଚନ୍ଦ୍ରାୟନ-୨ ଛଡାଯିବ ।
ଚନ୍ଦ୍ରୟାନ-୨ ମିଶନର ତିନୋଟି ମଡ୍ୟୁଲ୍ସ ରହିଛି । ସେଗୁଡିକ ହେଲା ଆର୍ବିଟର, ଲେଣ୍ଡର ଓ ରୋବର । ଜିଏସଏଲଭି ଏମକେ ଓଓଓ ଦ୍ୱାରା ଏହାକୁ ପଠାଯିବ ।
ଇସ୍ରୋର ସୂଚନା ଅନୁଯାୟୀ ଆର୍ବିଚଟର ମିଶନ ମଧ୍ୟରେ ଚନ୍ଦ୍ର ଚାରିପଟେ ବୁଲିବା ସହିତ ସାଉଥ ପୋଲରେ ଲ୍ୟାଣ୍ଡ କରିବ । ଭାରତର ଲୁନାର ମିଶନକୁ ଆଗକୁ ନେବା ସହିତ ଅନ୍ତର୍ଜାତୀୟ ଏଜେନ୍ସିଗୁଡିକର ସାହାଯ୍ୟ ମଧ୍ୟ କରିବ । ଆମେରିକାର ପ୍ଲେସ ଏଜେନ୍ସି ନାସାର ଏକ ଏକ୍ସପେରିମେଣ୍ଟ ଉପରେ ମଧ୍ୟ କାମ କରିବ ।