ଚନ୍ଦ୍ରଯାନ ଆର୍ଟେମିସ-୧ର ହେଲା ସଫଳ ପରୀକ୍ଷଣ 

ୱାଶିଂଟନ: ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଦୀର୍ଘ ୫୦ ବର୍ଷ ପରେ ଆମେରିକା ସ୍ପେସ୍ ଏଜେନ୍ସି ନାସାର ଐତିହାସିକ ଚନ୍ଦ୍ରଯାନ ଆର୍ଟେମିସ-୧ର ହେଲା ସଫଳ ପରୀକ୍ଷଣ । ବିଭିନ୍ନ ପ୍ରକାର ଯାନ୍ତ୍ରିକ ତ୍ରୁଟି ତଥା ପ୍ରତିକୂଳ ପାଗ କାରଣରୁ ଉତ୍କ୍ଷେପଣର ତୃତୀୟ ପ୍ରୟାସ ମଧ୍ୟ ସ୍ଥଗିତ ରହିବା ପରେ ପରୀକ୍ଷଣକୁ ନେଇ ଆଶା ଆଶଙ୍କା ବଢିଥିଲା । ମାତ୍ର ସୌଭାଗ୍ୟବଶତଃ ନଭେମ୍ବର ୧୬ରେ ଚନ୍ଦ୍ରଯାନର ସଫଳ ପରୀକ୍ଷଣ ହୋଇଛି । ଏବଂ ଉତକ୍ଷେପଣର ୯ ଘଣ୍ଟା ପରେ ଚମତ୍କାର ଫଟୋ ପ୍ରେରଣ କରିଛି ମୁନ୍ ରକେଟ୍ ଉତକ୍ଷେପଣର ୯ ଘଣ୍ଟା ପରେ ପଠାଇଲା ଚମତ୍କାର ଦୃଶ୍ୟ ଉତକ୍ଷେପଣର ୯ ଘଣ୍ଟା ପରେ ପଠାଇଲା ଚମତ୍କାର ଦୃଶ୍ୟଖବର ଅନୁଯାୟୀ, ନାସାର କେନେଡି ସ୍ପେସ୍ ସେଣ୍ଟରରୁ ନଭେମ୍ବର ୧୬ ସ୍ଥାନୀୟ ସମୟ ୧ଟା ୪୭, ଭାରତୀୟ ସମୟ ଦିନ ୧୨ଟା ୧୭ରେ ଆର୍ଟେମିସ-୧ ପରୀକ୍ଷଣ ହୋଇଥିଲା । ପରୀକ୍ଷଣ ପରେ ମହାକାଶର ଆକର୍ଷଣୀୟ ଚିତ୍ର ପ୍ରେରଣ କରିଛି ମୁନ୍ ରକେଟ୍ । ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ ନେଇ ଏହା ନାସାର ଏକ ଶକ୍ତିଶାଳୀ ମିସନ୍ । ଆର୍ଟେମିସ-୧ ମହାକାଶ ଅନୁସନ୍ଧାନ ସଂସ୍ଥାର ଏକ ଡମି ଟେଷ୍ଟ୍, ଯାହା ମାନବ ବିହୀନ । ଏହି ପରୀକ୍ଷଣ ସଫଳ ହେବା ପରେ ୨୦୨୪ ରେ ନାସା ଆର୍ଟେମିସ-୨ ପ୍ରେରଣ କରିବ ଏବଂ ୨୦୨୫ ସୁଦ୍ଧା ମାନବ-ଯୁକ୍ତ ଆର୍ଟେମିସ-୩ ପରୀକ୍ଷଣ ନେଇ ଲକ୍ଷ୍ୟ ରଖିଛି ନାସା ।