ନୂଆ ଦିଲ୍ଲୀ: ଆଜି ଗର୍ବ ଆଉ ଗୌରବର ଦିନ । ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩ । ଆଜି ଦିନ ୨ଟା୩୫ରେ ସତୀଶ ଧାୱନ ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ଏହି ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ କିମ୍ବା ୨୪ରେ ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଅନୁସନ୍ଧାନକାରୀ ସଂସ୍ଥା । ଅବଶ୍ୟ ଏହି ତାରିଖ ଆଗପଛ ହୋଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୨ ୨୦୧୯ ଜୁଲାଇ ୨୨ ତାରିଖରେ ଲଞ୍ଚ ହୋଇଥିଲା କିନ୍ତୁ ସେପ୍ଟେମ୍ବର ୬-୭ରେ ବିକ୍ରମ ଲ୍ୟାଣ୍ଡର କ୍ରାସ୍ ଲ୍ୟାଣ୍ଡିଙ୍ଗ ହୋଇଥିଲା । ଏଥିରେ ହୋଇଥିବା ତ୍ରୁଟି ବିଚ୍ୟୁତିକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଛି ।