ଚନ୍ଦ୍ରଶେଖରପୁର ବାଇକ୍ ଦୁର୍ଘଟଣା ମାମଲା;ସାମ୍ନାକୁ ଆସିଲା ଦୁଇ ବାଇକ୍ ମୁହାଁମୁହିଁର ଛାତିଥରା ଦୃଶ୍ୟ

ଭୁବନେଶ୍ୱର( ସରୋଜ ରାଉତ):-ଚନ୍ଦ୍ରଶେଖରପୁର ବାଇକ୍ ଦୁର୍ଘଟଣା ମାମଲା  । ସାମ୍ନାକୁ ଆସିଲା ଦୁଇ ବାଇକ୍ ମୁହାଁମୁହିଁର ଛତିଥରା ଦୃଶ୍ୟ। ସିସିଟିଭିରେ କଏଦ୍ ହେଲା ଦୁର୍ଘଟଣାର ସମ୍ପୂର୍ଣ୍ଣ ଭିଜୁଆଲ। ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଦୁର୍ଘଟଣା ବେଳର ଦୃଶ୍ୟ।ଚନ୍ଦ୍ରଶେଖରପୁର ଥାନା ଅଧୀନ ତନିସ୍କ ସୋରୁମ୍ ସମ୍ମୁଖରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସିସିଟିଭି ଏବେ ଭାଇରାଲ୍ ହେବାରେ ଲାଗିଛି। ନାଲକୋ ଛକରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବାରୁ ଡ଼ମଣାରୁ ନାଲକୋ ରାସ୍ତାରେ ଚଳାଚଳ କରୁଥିଲା ସବୁ ଗାଡ଼ି। ଏତିକି ବେଳେ ବୁଲେଟ ଏବଂ ହୋଣ୍ଡା ସାଇନ୍ ବାଇକ୍ ର ହୋଇଥିଲା ମୁହାଁମୁହିଁ ଧକ୍କା । ଧକ୍କା ଏତେ ଶକ୍ତ ଥିଲା ଯେ, ବୁଲେଟ୍ ଆରୋହୀ ତ୍ରିନାଥ ରାଉତରାୟଙ୍କ ଘଟଣା ସ୍ଥଳରେ ଜୀବନ ଚାଲି ଯାଇଥିଲା ବେଳେ କୃଷ୍ଣ ଚନ୍ଦ୍ର ନାୟକ ଗୁରୁତର ଭାବେ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କୌଣସି ରୋଡ୍ ସେଫ୍ଟୀ ଫଳକ ଏବଂ ଜଗୁଆଳି ନଥାଇ ରାସ୍ତା କାମ ଚାଲିଥିବା ଯୋଗୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ। ସେପଟେ ଏହି ଦୁର୍ଘଟଣାର ଛାତି ଥରା ସିସିଟିଭି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।