କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅଧୀନରେ ଥିବା କାଣିପେନୁ ଘାଇ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଟ୍ରାକଟର ଚାଲାକ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ତେବେ ମୃତ ଟ୍ରାକଟର ଚାଲାକ ଜଣକ ରତଙ୍ଗ ପଞ୍ଚାୟତ ଡ଼ଙ୍ଗରପଡା ଗାଁ ର ସିଦ୍ଧାନ୍ତ ମଳିକ ବୋଲି ଜଣାପଡିଛି I ସୂଚନା ଅନୁସାରେ ସିଦ୍ଧାନ୍ତ ଏକ ଟ୍ରାକ୍ଟର ରେ କିଛି ଶ୍ରମିକ ଙ୍କୁ ନେଇ କୌଣସି କାମରେ କାଣିପେନୁ ଘାଇ ନିକଟକୁ ଯାଇଥିଲେ I କାଣିପେନୁ ଘାଇ ନିକଟରେ ଟ୍ରାକ୍ଟର ଟିକୁ ବୁଲାଇବା ସମୟରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲେ I ଫଳରେ ଟ୍ରାକ୍ଟର ଡ୍ରାଇଭର ଜଣକ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ I ପାଖରେ ଥିବା ଶ୍ରମିକ ମାନେ ଓ କିଛି ଗ୍ରାମବାସୀ ଘଟଣା ସ୍ଥଳରେ ପହଁଛି ଡ୍ରାଇଭର ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର କୁ ନେଇଥିଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଥିଲା I ତେବେ ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଟ୍ରାକ୍ଟର ଡ୍ରାଇଭର ସିଦ୍ଧାନ୍ତ ମଳିକ ଙ୍କ ମୃତ୍ୟୁ ହୋଇଥିଲା I ଟ୍ରାକ୍ଟର ଡ୍ରାଇଭର ସିଦ୍ଧାନ୍ତ ଙ୍କ ମୃତ୍ୟୁ ପରେ ତାଙ୍କ ପିତା ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଅଭିଯୋଗ ପାଇଲା ପରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ନିର୍ଦେଶ କ୍ରମେ ଥାନାରେ ୦୨/୨୦୨୪ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରିବା ସହ ଥାନାରେ କାର୍ଯ୍ୟରତ ଏସଆଇ ତପନ କୁମାର ଦାସ ଫୁଲବାଣୀ ମେଡିକାଲ ରେ ପହଁଚି ଶବ ବ୍ୟବଚ୍ଛେଦ କରାଇ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି I ତେବେ ଘଟଣା ପରେ ରତଙ୍ଗ ତଥା ଡ଼ଙ୍ଗରପଡା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ରତଙ୍ଗ ସରପଞ୍ଚ ପାର୍ବତୀ ମଳିକ ଓ ପୂର୍ବତନ ସରପଞ୍ଚ ତଥା ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ ଶୋକାକୁଳ ପରିବାର ପାଖରେ ପହଁଚି ସମବେଦନା ଜଣେଇଛନ୍ତି I