ଖୋର୍ଦ୍ଧା ବରୁଣେଇ ପୀଠରେ ପହଞ୍ଚି ବିକାଶର ଅନିୁଧ୍ୟାନ କଲେ 5T ଅଧ୍ୟକ୍ଷ ଭି କାର୍ତିକେୟନ ପଣ୍ଡିଆନ

ଖୋର୍ଦ୍ଧା: ସକାଳୁ ଖୋର୍ଦ୍ଧା ବରୁଣେଇ ପୀଠରେ ପହଞ୍ଚି ବିକାଶର ଅନିୁଧ୍ୟାନ କଲେ 5T ଅଧ୍ୟକ୍ଷ ଭି କାର୍ତିକେୟନ ପଣ୍ଡିଆନ। ଭୋର ସାଢେ ୫ଟାରେ ଖୋର୍ଦ୍ଧାର ମାଆ ବରୁଣେଇ ମନ୍ଦିରରେ ପହଞ୍ଚିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଥିଲେ। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ।

ଭକ୍ତଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଟିକିନିଖି ଭାବେ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ। ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ୟ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ। ପୀଠରେ ଥିବା ସୀତା କୁଣ୍ଡ, ବରୁଣେଇ ପାହାଡ଼ ଶିଖରକୁ ଯିବା ପାଇଁ ରାସ୍ତା, ରୋପୱେ ଇତ୍ୟାଦି କାର୍ଯ୍ୟର ଅନୁଧ୍ୟାନ କରିଥିଲେ।