ଭୋଟର ତାଲିକା ସଂଶୋଧନ ନେଇ ସିଇଓ ସୁଶିଲ ଲୋହାନୀଙ୍କ ପ୍ରେସମିଟ୍

ଭୁବନେଶ୍ୱର : ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିବା ସହିତ ଆସନ୍ତା ୨୧ ତାରିଖରୁ ଏ ନେଇ ସ୍ୱତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହେବ । ଏହି ସମୟରେ ସମସ୍ତେ ନିଜ ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ୟ୍ୟ ନେଇ ଆବେଦନ କରିପାରିବେ ।
ଭୋଟର ତାଲିକାରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ବୁଧବାର ଏଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି ।
ଏହି ସଂଶୋଧନରେ ନୂଆ ନାମ ଯୋଡିବା , ନାମ କାଟିବା, ନାମ ସଂଶୋଧନ ହୋଇପାରିବ । ବିଏଲଓମାନଙ୍କ ନିକଟରେ ଆବଶ୍ୟକୀୟ ସଂଶୋଧନ କରିପାରିବେ । ଉଭୟ ଅନ ଲାଇନ ଓ ଅଫ ଲାଇନ ମାଧମରେ କରି ପାରିବେ । ଭୋଟର ହେଲ୍ପ ଲାଇନକୁ ଯାଇ ମଧ୍ୟ ଏହି ସଂଶୋଧନ କରି ପାରିବେ । ଏପିକି ନମ୍ବର ସ୍ପିଡ୍ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ଲକ୍ଷ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନ ଲାଇନ ମାଧ୍ୟମରେ ପାଇଛୁ । ଗତ ବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଡବଲ ଆଇଡି ଡିଲିଟ କରାଯାଇଥିବା ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି । ଆଗକୁ ଯଦି ସେମିତି ନଜର ଆସିବ ତାକୁ ବି ଡିଲିଟ କରାଯିବ ।