ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ LPG ରିଫିଲ୍ ବୁକିଂ ସମ୍ପର୍କିତ ଚାଲିଥିବା ଗୁଜବକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇଛି। ଏହି ପ୍ରକାରର ଅପପ୍ରଚାରକୁ ବିଶ୍ୱାସ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ମନ୍ତ୍ରାଳୟ କହିଛି ଯେ, ବର୍ତ୍ତମାନ ଚାଲୁଥିବା ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ। ସହରାଞ୍ଚଳରେ ୨୫ ଦିନ ବ୍ୟବଧାନରେ ଓ ଗ୍ରାମାଞ୍ଚଳରେ ୪୫ ଦିନ ବ୍ୟବଧାନରେ LPG ରିଫିଲ୍ ବୁକିଂ କରାଯାଉଛି।
ଯେକୌଣସି ପ୍ରକାରର LPG କନେକ୍ସନ ପାଇଁ ଏହି ସମାନ ନିୟମ ଲାଗୁ ହେବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।