କାଉଡିଆଙ୍କୁ ଯାତ୍ରାର ଅନୁମତି ଦେବା ଉଚିତ୍ ନଥିଲା : କେନ୍ଦ୍ର ସରକାର

ଦେଶରେ କରୋନା ମହାମାରୀ ଏବେ ବି ଜାରି ରହିଛି। କରୋନାର ଦ୍ବିତୀୟ ଲହରୀ ପରେ ବି ଉତ୍ତର ପ୍ରଦେଶ ସରକାର ଶ୍ରାବଣ ମାସରେ ହେବାକୁ ଥିବା କାଉଡିଆ ଯାତ୍ରାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

(ଉତ୍ତରପ୍ରଦେଶ) : ଦେଶରେ କରୋନା ମହାମାରୀ ଏବେ ବି ଜାରି ରହିଛି। କରୋନାର ଦ୍ବିତୀୟ ଲହରୀ ପରେ ବି ଉତ୍ତର ପ୍ରଦେଶ ସରକାର ଶ୍ରାବଣ ମାସରେ ହେବାକୁ ଥିବା କାଉଡିଆ ଯାତ୍ରାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । କେନ୍ଦ୍ର ସରକାର କହିଛନ୍ତି, ଉତ୍ତର ପ୍ର​‌ଦେଶ ସରକାରଙ୍କୁ କାଉଡିଆ ଯାତ୍ରାର ଅନୁମତି ଦେବା ଉଚିତ୍ ନଥିଲା।

ସୂଚନାନୁଯାୟୀ , କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦେଇ କୁହାଯାଇଛି ଯେ, ଏକ ପାରମ୍ପାରିକ ଧାର୍ମିକ ଯାତ୍ରା ହୋଇଥିବା କାରଣରୁ ୟୁପି ସରକାର ଟ୍ୟାଙ୍କର ଜରିଆରେ ଗଙ୍ଗାଜଳର ବ୍ୟବସ୍ଥା କରିପାରିବେ। ଏଭଳି ଭାବରେ ଲୋକମାନେ ଗଙ୍ଗାଜଳ ନେଇ ଆଗକୁ ପୂଜା ପାଠ କରିପାରିବେ ଓ ପରମ୍ପରା ବି ଭାଙ୍ଗିବ ନାହିଁ। ୟୁପି ସରକାର କୋଭିଡ୍ ପ୍ରୋଟୋକଲ୍ ପାଳନ କରିବା ଦରକାର। ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ କାଉଡିଆ ଯାତ୍ରା କରିବା ବିଷୟରେ ପୁନଃବିଚାର କରିବା ଦରକାର ବୋଲି କହିଛନ୍ତି।